ଦେଶ- ବିଦେଶ

ଉନ୍ନତିରେ ପୁଅ ବାଧକ ବୋଲି କହିଲା ଗୁଣିଆ; ଆଉ ତା’ ପରେ ବାପ କ’ଣ କଲା ଜାଣିଲେ ଉଡ଼ିବ ହୋସ୍

ତାମିଲନାଡ଼ୁ : ତାମିଲନାଡ଼ୁର ତିରୁୱରୁରରେ ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବାପ ନିଜ ୫ ବର୍ଷର ପୁଅକୁ ମୃତ୍ୟୁ ମୁଖକୁ ଠେଲି ଦେଇଛି । ଏହା ପଛର କାରଣ ଏତେ ଭୟଙ୍କର ଯେ, ଆପଣ ବି ଶୁଣିଲେ ଥରି ଉଠିବେ । ସୂଚନାରୁ ଜଣାପଡ଼ିଛି ଯେ, ପୁଅର ବାପାଙ୍କୁ ଜଣେ ଗୁଣିଆ କହିଥିଲେ କି, ପୁଅ ଯୋଗୁ ହିଁ ତାଙ୍କ ଜୀବନରେ କୌଣସି ଉନ୍ନତି ହୋଇପାରୁ ନାହିଁ । ଏହାକୁ ବିଶ୍ୱାସ କରି ରାମକୀ ନାମକ ଜଣେ ଅଟୋ ଚାଳକ ନିଜ ଭାଗ୍ୟକୁ ବଦାଳାଇବା ପାଇଁ ପୁଅକୁ ମୃତ୍ୟୁର ନିଦରେ ଶୁଆଇ ଦେଇଥିଲେ । ଅଭିଯୁକ୍ତ ରାମକୀ ତନ୍ତ୍ରମନ୍ତ୍ର ଏବଂ ଜ୍ୟୋତିଷଶାସ୍ତ୍ରରେ ବିଶ୍ୱାସ ରଖୁଥିଲେ । ସେ ଉନ୍ନତି କରିବା ଆଶାରେ ସବୁବେଳେ କୌଣସି ନା କୌଣସି ଗୁଣିଆ ପାଖକୁ ଯାଉଥିଲେ । ଏମିତିରେ ଜଣେ ଗୁଣିଆ ତାଙ୍କୁ କହିଥିଲେ, ତାଙ୍କ ଖରାପ ଭାଗ୍ୟର କାରଣ ହେଉଛି ତାଙ୍କ ନିଜ ପୁଅ । ଆଗକୁ ପୁଅ ତାଙ୍କ ଜୀବନ ପାଇଁ ବିପଦ ସାଜିପାରେ । ତେଣୁ ଆଗାମୀ ୧୫ ବର୍ଷ ପାଇଁ ସେ ନିଜକୁ ପୁଅଠାରୁ ଦୂରେଇ ରଖନ୍ତୁ ।

ଏହାପରେ ରାମକୀ ପୁଅକୁ ପାଠ ପଢ଼ାଇବା ବାହାନାରେ ସମ୍ପର୍କୀୟଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ । କିନ୍ତୁ ଏହାକୁ ନେଇ ରାମକୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା । ଗତ ସୋମବାର ରାମକୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଏହି ସମୟରେ ସେ ପୁଣିଥରେ ପୁଅକୁ ପଠାଇବା କଥା ଉଠାଇଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ଶେଷରେ ରାମକୀ ପେଟ୍ରୋଲ ଢାଳି ପୁଅକୁ ଜାଳି ଦେଇଥିଲା । ତେବେ ପୁଅକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ । ଏ ନେଇ ପୋଲିସ ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *