ପଜିଟିଭ ଚିହ୍ନଟ ହେବା ପରେ ବନ୍ଦ ହେଲା ସ୍କୁଲ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସିଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ୫ଜଣ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଦ୍ୟାଳୟକୁ ବନ୍ଦ କଲେ ପ୍ରଧାନ ଶିକ୍ଷକ। ସୂଚନା ଅନୁସାରେ, ଗତ ୦୬ ତାରିଖ ସୋମବାର ଦିନ ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍କୁଲରେ ମୋଟ ୮୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା ବେଳେ ଏନେଇ ଆଜି ରିପୋର୍ଟ ପ୍ରକାଶ ପାଇଛି। ଏନେଇ ଅଁଳାବେରଣି ଗୋଷ୍ଠିସ୍ବାସ୍ଥ୍ୟ ଅଧିକାରି କହିଛନ୍ତି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ସେମାନେ ଘରେ ଅଛନ୍ତି। ସେମାନଙ୍କୁ ସ୍ବାସ୍ଥ୍ୟବିଭାଗ ତରଫରୁ ଔଷଧ ଯୋଗାଇ ଦିଆଯାଇଛି। ଗତ ୦୪ ତାରିଖରେ ମଧ୍ୟ କନପୂରା ପଞ୍ଚାୟତରାଜ ହାଇସ୍କୁଲରୁ ୧୪ ଛାତ୍ରଛାତ୍ରୀ ଓ ୬ଶିକ୍ଷକଙ୍କ ଶିକ୍ଷୟତ୍ରୀଙ୍କର ପଜଟିଭ ଚିହ୍ନଟ କରାଯାଇଥିଲା। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରି ସ୍କୁଲକୁ ୭ ଦିନ ପାଇିଁ ବନ୍ଦ ଘୋଷଣା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରେ ରହି ଚିକିତ୍ସା ହେବା ପାଇିଁ ପରାମର୍ଶ ଦେଇଥିଲେ।
