ଜୀବନଚର୍ଯ୍ୟା

ଘରୋଇ ଉପାୟରେ ଛଡ଼ାନ୍ତୁ ମେକ୍‌ଅପ୍‌

ପାର୍ଟି,ଫଙ୍କସନ ଯିବା ସମୟରେ ହେଉ, ବା କର୍ମକ୍ଷେତ୍ରକୁ ଯିବା ସମୟରେ, ବିଭିନ୍ନ ସମୟରେ ମହିଳା ଏବଂ ଯୁବତୀ ମାନେ ମେକଅପ୍ ନେଇଥାଆନ୍ତି । ଘରକୁ ଫେରିବା ପରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ମେକଅପ ରିମୁଭ୍ ନକରି ଶୋଇ ପଡନ୍ତି । ଆଉ କେହି କେହି ବଜାରରେ ମିଳୁଥିବା ମେକଅପ ରିମୁଭର ବ୍ୟବହାର କରି ମେକଅପ ରିମୁଭ କରି ଥାଆନ୍ତି । ତେବେ ଯାହା ହେଉ ନାଁ କାହିଁକି, ରାତିରେ ଶୋଇବା ପୂର୍ବରୁ ମେକଅପ ରିମୁଭ କରି ଶୋଇବା ବହୁତ୍ ଗୁରୁତ୍ବପୂର୍ଣ୍ଣ । ନଚେତ୍ ଏହା ତ୍ବଚା ଉପରେ କୁ-ପ୍ରଭାବ ପକାଇଥାଏ । ଆଉ ବେଳେବେଳେ ବଜାରରେ ମିଳୁଥିବା ମେକଅପ ରିମୁଭର ମଧ୍ୟ ସମସ୍ତଙ୍କୁ ତ୍ବଚାକୁ ସୁଟ କରି ନଥାଏ । ତେବେ ଆସନ୍ତୁ ଘରୋଇ ଉପାୟରେ ମେକଅପ ରିମୁଭ କରିବାର କିଛି  ସରଳ ପଦ୍ଧତି ବିଷୟରେ ଜାଣିବା ।

-ଅଳ୍ପ ନଡିଆ ତେଲ ନେଇ ତ୍ବଚାରେ ଲଗାଇ ଅଳ୍ପ ସମୟ ଛାଡିବେ । ତାପରେ ତୁଳା  ସାହାଯ୍ୟରେ ଧିରେ ଧିରେ ତ୍ବଚାକୁ ପୋଛି ସଫା କରିବେ । ଏପରି କରିବା ଦ୍ବାରା, ଆରାମରେ ମେକଅପ ରିମୁଭ ହୋଇଥାଏ । ଏହାର କୌଣସି କୁ-ପ୍ରଭାବ ମଧ୍ୟ ତ୍ବଚା ଉପରେ ପଡି ନଥାଏ ।

-ଏକ ପାତ୍ରରେ ଗରମ ପାଣି ନେଇ, ଟାଓ୍ବେଲରେ ମୁହଁ ଘୋଡାଇ ଷ୍ଟିମ୍ ନେବେ । ଏହାପରେ ତୁଳା କିମ୍ବା ସଫା ପତଳା ସୂତା କପଡା ମାଧ୍ୟମରେ, ତ୍ବଚାକୁ ପୋଛି ସଫା କରିବେ। ଏପରି କରିବା ଦ୍ବାରା , ଖୁବ୍ ସହଜରେ ମେକଅପ୍ ରିମୁଭ୍ ହୋଇଥାଏ ।

-ଭେସଲିନ୍ ବ୍ୟବହାର କରି ମଧ୍ୟ ମେକଅପ ରିମୁଭ କରାଯାଇ ପାରେ ।

-ଆଲୋଭେରା ଜେଲ ସହିତ, ଅଳ୍ପ ପାଣି ମିଶାଇ ତାକୁ ତ୍ବଚାରେ ଲଗାଇ, ମେକଅପ ରିମୁଭ୍ କରି ପାରିବେ ।

Leave a Reply

Your email address will not be published. Required fields are marked *