ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୟାଗଡ଼ ନାବାଳିକା ଘଟଣାର ମୁଖ୍ୟ ଅଭିଯୁକ୍ତ
ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତା ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ଏବଂ ଏହି ଚାର୍ଜସିଟ ଆଧାରରେ ଚାଇଲ୍ଡ କୋର୍ଟଙ୍କ COGNIZANCE ORDERକୁ ଚ୍ୟାଲେଞ୍ଜ କରି ଏକ ମାମଲା ଦାୟର ହୋଇଛି। ସେ ଜଣେ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚାର୍ଜସିଟ ଦାଖଲ ହେବାର ନିୟମ ରହିଛି। ଚାର୍ଜସିଟ ଆଧାରରେ ଜୁଭେନାଲ ଜଷ୍ଟିସ ବୋର୍ଡ ହିଁ କେବଳ COGNIZANCE ନେଇପାରିବେ ବୋଲି ଆବେଦନରେ ଉଲ୍ଲେଖ ରହିଛି। ତେବେ SIT ପକ୍ଷରୁ ଚିଲର୍ଡେନ୍ କୋର୍ଟରେ ଚାର୍ଜସିଟ ଦାଖଲ୍ କରାଯାଇଥିଲା। ଏହି ଆଧାରରେ ଚିଲଡ୍ରେନ୍ କୋର୍ଟ ଅଭିଯୁକ୍ତ ବିରୋଧରେ COGNIZANCE ORDER ଜାରି କରିଥିଲେ । ଯାହା ଜୁଭେନାଲ ଜଷ୍ଟିସ ଆକ୍ଟର ବିରୋଧାଚରଣ କରୁଛି ବୋଲି ଅଭିଯୁକ୍ତ ପକ୍ଷରୁ କୁହାଯାଇଛି । ସବୁକୁ ଦୃଷ୍ଟିରେ ରଖି ଉଭୟ ଚାର୍ଜସିଟ ଏବଂ COGNIZANCE ORDERକୁ ଖାରଜ କରିବା ପାଇଁ ଆବେଦନରେ ଦର୍ଶାଯାଇଛି ।
