Uncategorized

ମଇ ପହିଲାରେ ପାଳିତ ହେବ ଉଜ୍ଜ୍ବଳା ଦିବସ

ଦେଶବ୍ୟାପୀ ୫ହଜାର ଏଲପିଜିପଞ୍ଚାୟତର ଆୟୋଜନ

ଭୁବନେଶ୍ବର ,୩୦/୪.ପିଆଇବି : ପ୍ରତ୍ୟେକ ବିପିଏଲ୍ ପରିବାରକୁ  ” ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା” ଯୋଜନାରେ ବିନାମୂଲ୍ୟରେଏଲ୍ ପି ଜି ସଂଯୋଜ ଦିଆ ଯାଉଛି। ସାମାଜିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ। ଉତ୍ତରପ୍ରଦେଶର ବଲିଆଠାରେ୨୦୧୬ ମଇ ପହିଲା ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । “ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା” ଯୋଜନାକୁ ଉତ୍ସବ ଭାବରେ ପାଳନ କରୋବାପାଇଁ ଚଳିତ ୨୦୨୨ ମଇ ପହିଲା ଦିନଟିକୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ” ଉଜ୍ଜ୍ବଳା ଦିବସ ” ଭାବରେ ପାଳନ କରୁଛି । ଏହିଦିନ ସମସ୍ତ ତୈଳ କମ୍ପାନୀ ୫ହଜାର ଏଲ୍ ପି ଜିପଞ୍ଚାୟତ ଆୟୋଜନ କରୁଛନ୍ତି। ଏଥିରେ ଏଲ୍ ପି ଜି ବ୍ୟବହାରକାରୀମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ , ନିରାପଦ ଏବଂ ଦିର୍ଘସ୍ଥାୟୀ ଜାଳେଣୀ ବ୍ୟବହାର ସମ୍ପର୍କୀତ ଅଲୋଚନା ହେବ ଏବଂ ସର୍ବାଧିକ ଗ୍ରାହକ ପଞ୍ଜିକରଣ କରାଯିବ। ଏଲ୍ ପି ଜି ପଞ୍ଚାୟତ ସହିତ ” ଉଜ୍ଜ୍ବଳା ୨.୦”  ଯୋଜନା ଅଧିନରେ ନୂତନ ସଂଯୋଗ ପ୍ରଦାନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରବିଷଦ୍ ବିବରଣୀଲୋକଙ୍କୁ ଜଣାଇବା, ପୁରୁଣା ଗ୍ରାହକଙ୍କଠାରୁ ” ନିଜ ଗ୍ରାହକଙ୍କୁ ଜାଣ” ( କେଓ୍ବାଇସି) ଫର୍ମ ସଂଗ୍ରହ, ନିଶୁଳ୍କ  ‘ହଟ୍ ପ୍ଲେଟ ସେବା‘ ଆୟୋଜନ, ନିରାପତ୍ତା ସଂପର୍କୀତ ତାଲିମ, ଉଜ୍ଜ୍ବଳା ହୀତାଧିକାରୀଙ୍କୁ ସମ୍ବର୍ଦ୍ଧନା ଦେବା, ଆଦି କାର୍ଯ୍ୟକ୍ରମ ହେବ। ଏକ ନିର୍ଦ୍ଦିଷ୍ଟସମୟ ମଧ୍ୟରେ ଗରିବ ହୀତାଧିକାରୀମାନଙ୍କୁ ବିପୁଳ ସଂଖ୍ୟାରେ ତୈଳ କମ୍ପାନୀମାନେପଞ୍ଜିକାଭୁକ୍ତ କରି ରେକର୍ଡ ସୃଷ୍ଟି କରିଥିବାରୁ କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ୍ ସିଂହ ପୁରୀ ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ଆସାମର ଦିବୃଗଡଠାରେତୈଳ ଏବଂ ପ୍ରାକୃତିକ ବାଷ୍ପ ରାଜ୍ୟମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲୀ ଉଜ୍ଜ୍ବଳା ଦିବସ କାର୍ଯ୍ୟକ୍ରମରେଯୋଗଦେଇ ନୂଆ ଉଜ୍ଜ୍ବଳା ଗ୍ରାହକମାନଙ୍କୁ ସେବା ସଂଯୋଗ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *