ଖେଳଦେଶ- ବିଦେଶ

ପାରାଅଲମ୍ପିକ ଖେଳାଳିଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଆବାସରେ ଭାରତୀୟ ପାରାଅଲମ୍ପିକ ଦଳକୁ ଭେଟିଛନ୍ତି। ଏହି ସମୟରେ ଖେଳାଳିମାନେ ନିଜ ହସ୍ତାକ୍ଷରଯୁକ୍ତ ଏକ ଷ୍ଟୋଲ ମୋଦୀଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ଖେଳାଳିମାନେ ବସିଥିବା ଗୋଟିଏ ଟେବୁଲରୁ ଆଉ ଗୋଟିଏ ଟେବୁଲକୁ ଯାଇ ମୋଦୀ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲେ। ପାରାଅଲମ୍ପିକ୍ସ ଗେମ୍ସ ସମୟରେ ମଧ୍ୟ ଖେଳାଳିଙ୍କୁ ଫୋନ୍ କରି ମୋଦୀ ସେମାନଙ୍କ ମନୋବଳ ବଢ଼ାଇଥିଲେ। ସୂଚନାଯୋଗ୍ୟ, ନିକଟରେ ସମ୍ପନ୍ନ ହୋଇଥିବା ପାରାଅଲମ୍ପିକ ଗେମ୍ସରେ ଭାରତୀୟ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ଇତିହାସ ରଚିଛି। ଭାରତୀୟ ପାରାଆଥଲେଟ ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ଜିତି ସ୍ୱଦେଶ ଫେରିଛନ୍ତି। ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେବା ସହ ପଦକ ତାଲିକାରେ ୨୪ତମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *