ଅପରାଧରାଜ୍ୟ

୨ ସାଇବର ଠକ ଗିରଫ : ଏକାଧିକ ପାସବୁକ, ଏଟିଏମ୍ ଜବତ

ଝାରସୁଗୁଡା: ଝାରସୁଗୁଡା ପୋଲିସ ୨ ଜଣ ସାଇବର ଠକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ଶେଖ ଅମାଦୁଲ(୨୮) ଓ ସୁନିଲ କୁମାର ସାହୁ(୩୨) ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାସହ ଅଭିଯୁକ୍ତମାନଙ୍କ ନିକଟରେ ଥିବା ୪ଟି ସିମ, ୨ଟି ମୋବାଇଲ ଫୋନ, ୮ଟି ବ୍ୟାଙ୍କ ପାସବୁକ ଏବଂ ୩ଟି ଏଟିଏମ କାର୍ଡ ପୋଲିସ ଜବତ କରିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଝାରସୁଗୁଡା ପାହାଡିମନ୍ଦିର ଆଦର୍ଶ କୋଲନୀ ନିବାସୀ ସୁନିଲ କୁମାର ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ସନ୍ଦେହ ଜନକ ଟ୍ରାନ୍‌ଜେକ୍ସନ ବିଷୟରେ ପୁଲିକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ସୁନୀଲଙ୍କ ନାମରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କର ପାଞ୍ଚଟି ଆକାଉଣ୍ଟରେ ବହୁବାର ଲକ୍ଷାଧିକ ଟଙ୍କା ଡିପୋଜିଟ ହେବାସହ ତୁରନ୍ତ ତାକୁ ଉଠାଣ କରାଯାଉଥିବା ଜାଣିବାକୁ ପାଇଲା । ଏହାସହ ଏହି କାର୍ଯ୍ୟରେ ଝାରସୁଗୁଡା କାଳିମନ୍ଦିର ରୋଡ ଅନ୍ୟ ଜଣେ ସହଯୋଗୀ ସେକ୍ ଅମାଦୁଲର ସମ୍ପୃକ୍ତି ବିଷୟରେ ମଧ୍ୟ ପୋଲିସ ଜାଣିବାକୁ ପାଇଲା । ଆମାଦୁଲର ମଧ୍ୟ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ କାରବାର ଲକ୍ଷ୍ୟ କରିଥିଲା ।

ଫଳରେ ଉଭୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରଥିଲା । ଏଥିରେ ସୁନୀଲ କୁମାର ସାହୁ ଏବଂ ଆମାଦୁଲ ଝାଡଖଣ୍ଡର ଜାମ୍‌ତରା ସାଇବର ଠକେଇ ଗ୍ୟାଙ୍ଗସହ ସମ୍ପୃକ୍ତି ଥିବା ସ୍ୱୀକାର କରିଥିଲେ । ଫଳରେ ପୋଲିସ ସେମାନଙ୍କୁ ଗିରଫ କରିବାସହ ଆଧିକ ତଦନ୍ତ ଜାରି ରଖିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି । ଏହାସହ ପୋଲିସର ଏକ ସ୍ୱତନ୍ତ୍ର ଟିମ ଜାମ୍‌ତରାକୁ ଯାଇ ଏହି ସାଇବର କ୍ରାଇମ ବିଷୟରେ ଅଧିକ ତଦନ୍ତ କରିବବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ଠକେଇ ଗ୍ୟାଙ୍ଗ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ସକ୍ରିୟ ଥିବାସହ ନିରୀହ ଲୋକଙ୍କୁ ବିଭିନ୍ନ ଉପାୟରେ ନିଜ ଜାଳରେ ଫସାଇ ଟଙ୍କା ଲୁଟ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ, ଝାରଖଣ୍ଡ ଜାମ୍‌ତାରୁ ଏହି ସାଇବର ଠକେଇ ଗ୍ୟାଙ୍ଗକୁ ପରିଚାଳନା କରାଯାଉଛି । ସେଠାରେଥିବା ମାଷ୍ଟରମାଇଣ୍ଡ ଆମାଦୁଲ ଏବଂ ସୁନିଲଙ୍କୁ ବିଭିନ୍ନ ବ୍ୟାଙ୍କରେ ଆକାଉଂଟ ଖୋଲିବା ପାଇଁ କହିବାସହ ପ୍ରତିଟି ଆକାଉଂଟ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରୁଥିଲେ । ଏବଂ ପରେ ଲୋକଙ୍କୁ ଠକେଇ କରି ସେହି ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ କହୁଥିଲେ । ଲୋକେ ସେହି ଆକାଉଂଟରେ ଟଙ୍କା ଜମା କଲେ ସାଇବର ଠକ ସେହି ଟଙ୍କାକୁ ତୁରନ୍ତ ଉଠାଣ କରିବାସହ ଆମାଦୁଲ ଓ ସୁନୀଲକୁ ୮ ପ୍ରତିଶତ କମିଶନ ଦେଉଥିଲେ ।

Leave a Reply

Your email address will not be published. Required fields are marked *