ଉଦ୍ଧାର ହେଲେ ୧୫ ଦାଦନ ଶ୍ରମିକ, ପୋଲିସ ଜାଲରେ ୨ ସର୍ଦ୍ଦାର
କଳାହାଣ୍ଡି : ଉଦ୍ଧାର ହେଲେ ୧୫ ଦାଦନ ଶ୍ରମିକ । ୨ ସର୍ଦ୍ଦାର ଗିରଫ । କଳାହାଣ୍ଡି ଜିଲ୍ଲାରୁ ୧୫ ଜଣ ଦାଦନ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । ସେମାନଙ୍କୁ ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଖଲିଆପାଲିରେ ୮ ଦିନ ଧରି ରଖାଯାଇଥିଲା । ଏନେଇ ପୋଲିସ ଖବରପାଇ ଚଢଉ କରି ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ, ୩ ଜଣ ମହିଳା ଓ ୯ ଜଣ ଛୋଟ ଛୁଆ ରହିଛନ୍ତି । ଏଥିରେ ସମ୍ପୃକ୍ତ ୨ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ମୁରିବାହାଲ ଥାନା ଖଲିଆପାଲି ଗାଁର ସୁମନ ଝରା ଏବଂ କଳାହାଣ୍ଡି ଜିଲ୍ଲା ପର୍ଲା ଅଞ୍ଚଳର ପବିତ୍ର ବାଗ ।