ରାଜ୍ୟ

ଭୁବନେଶ୍ୱରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁଙ୍କ ମର ଶରୀର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏବଂ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାପରେ ତାଙ୍କ ମର ଶରୀରକୁ ବାରଙ୍ଗରେ ଥିବା ସାଇ ରେସିଡେନ୍ସିଆଲ ସ୍କୁଲ, ପରେ ପଟିଆ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ନିଆଯାଇଛି । ସେଠାରୁ ଶାସ୍ତ୍ରୀ ନଗର ଅଣାଯାଇ ନିଜ ବାସଭବନରେ କିଛି ସମୟ ପାଇଁ ରଖାଯିବ । ପରିବାର ଲୋକ ଶେଷ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ କୋଭିଡ ନିୟମ ଅନୁସାରେ ହେବ ଶେଷକୃତ୍ୟ କରାଯିବ । ତେବେ ତାଙ୍କୁ ରାଜ୍ୟ ସମ୍ମାନ ପ୍ରଦାନ କରାଯିବ । କୋଭିଡରୁ ଭଲ ହେବା ପରେ ଫୁସଫୁସ ଜନିତ ରୋଗର ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ହେଉଛନ୍ତି ବିଜୟ ସାହୁ ।

ଏହାସହ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ମଧ୍ୟ ଥିଲେ । କରୋନା ପରବର୍ତ୍ତୀ ଜଟିଳତା ନେଇ କିଛି ଦିନ ହେବ ସେ ଗୁରୁତର ଥିଲେ । ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ତାଙ୍କର ପରଲୋକ ନେଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ଗୁରୁବାର ସ୍ପଷ୍ଟ କରିଥିଲେ । ବିଜୟ ସାହୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ବିଜୟଙ୍କ ବିୟୋଗ ଖବର ନେଇ ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିକ୍ଷା କ୍ଷେତ୍ରରେ ଦିଂବଗତ ବିଜୟ ସାହୁଙ୍କ ଅବଦାନକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *