ନୂଆଦିଲ୍ଲୀ, ,21st April,(Knews) : ସ୍କୁଲ ଯାଉଥିବା ୫ରୁ୧୨ ବର୍ଷ ପିଲାଙ୍କ ପାଇଁ ବଡ଼ଖବର। ଏଣିକି ସେମାନଙ୍କୁ ବି ମିଳିପାରିବ କରୋନା ଟୀକା। ଆଜି ୫ରୁ୧୨ ବର୍ଷ ପିଲାଙ୍କୁ କୋଭିଡ ଟୀକା ଦେବା ପାଇଁ ସୁପାରିଶ କରାଯାଇଛି। ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ଏସଇସି ପକ୍ଷରୁ ସୁପାରିଶ କରାଯାଇଛି। ୫ରୁ୧୨ବର୍ଷ ପିଲାଙ୍କ ନିମନ୍ତେ ଜରୁରୀ ବ୍ୟବହାର ପାଇଁ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)ସୁପାରିଶ କରିଛି। ଆଜି ଡିସିଜିଆଇ ବୈଠକରେ ଟିକା ଦେବା ୫ରୁ୧୨ ବର୍ଷ ବୟସ ପିଲାମାନଙ୍କୁ କୋର୍ବେଭାକ୍ସ ଟିକା ଦେବା ଆଲୋଚନା ପରେ ସେମାନଙ୍କୁ ଟୀକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୫ରୁ୧୨ ବର୍ଷ ପିଲାଙ୍କ ପାଇଁ ସ୍କୁଲ ଖୋଲି ସାରିଥିବାରୁ ସେମାନଙ୍କୁ ଟିକା ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଛି।