ରାଜ୍ୟ

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣା କୋଚିଂ

ଭୁବନେଶ୍ୱର: ରାଜ୍ୟ ସରକାର ଯୋଗାଇବେ ମାଗଣା ପ୍ରିଶକ୍ଷଣ । ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ । ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ(ନିଟ୍‌), ଆଇଆଇଟି, ଜେଇଇ(ଇଞ୍ଜିନିୟରିଂ) ଓ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିପାରିବେ । unacadiy.com/scholarship/odisha-scholarship-test ରେ ଲଗଇନ୍‌ କରି ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିବା ପରେ ପ୍ରଶିକ୍ଷଣ ପାଇଁ ମନୋନୟନ କରାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାର ୫୦% ମାର୍କ ଏବଂ ହେବାକୁ ଥିବା ପ୍ରବେଶିକାର ୫୦% ମାର୍କକୁ ବିଚାରକୁ ନେଇ ଯୋଗ୍ୟତା ଭିତ୍ତିରେ ବିଦ୍ୟାର୍ଥୀ ମନୋନୟନ କରାଯିବ । ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଜାନୁଆରୀ ୧୫ ତାରିଖ ଦିନ ୧୧ଟାରେ ପରୀକ୍ଷା ହେବ ।

ଅର୍ଥାଭାବ ଯୋଗୁଁ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ଶିକ୍ଷାରୁ ଗରିବ ମେଧାବୀ ଛାତ୍ରଛାତ୍ରୀ ବଞ୍ଚିତ ନହେବେ ସେଥିପ୍ରତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଧ୍ୟାନ ଦିଆଯାଉଛି । ଦେଶର ଅଗ୍ରଣୀ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଅନ୍‌ ଏକାଡେମୀ ଏହି ପ୍ରଶିକ୍ଷଣ ଦେବ । ଅଭିଭାବକଙ୍କର ବାର୍ଷିକ ୬ ଲକ୍ଷରୁ କମ୍‌ ରୋଜଗାର ଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ । ୩୦ ଜିଲ୍ଲାରେ ୨୦୨୧-୨୨ ଶିକ୍ଷାବର୍ଷରେ ମୋଟ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୋଟ ୩ ହଜାର ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀ ପ୍ରଶିକ୍ଷଣ ନ ନେଲେ ଅପେକ୍ଷା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ଦିଆଯିବ ।

Leave a Reply

Your email address will not be published. Required fields are marked *