ରାଜ୍ୟ

ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନକଲି କରୋନା  ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ହେବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।  ସେପଟେ ଡ୍ରଗ୍ସ କଣ୍ଟ୍ରୋଲ କହିଛନ୍ତି, ରାଜ୍ୟରେ ଜବତ ହୋଇଥିବା ଫାଭିପିରାଭିର ମେଡିସିନ ଭେଜାଲ । ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ମେଡିସିନରେ ଭେଜାଲ ଥିବା ସୂଚନା ଦେଇଥିଲେ  । ସୂଚନା ପାଇବା ପରେ ଓଡ଼ିଶାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା  । ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ଏହି  ସୂଚନା ଦେଇଛନ୍ତି  । ଏହି ମେଡିସିନରୁ 40 ହଜାର 600 ଗୋଆଲିଅର ପଠା ଯାଇଥିବା ବେଳେ ବାକି 17 ହଜାର 400 ଜବତ ହୋଇଛି । ସେଥିରୁ 400ଟି ଟେଷ୍ଟିଂ ପାଇଁ ପଠାଯାଇଛି ।  ମ୍ୟାକ୍ସ ରିଲିଫ ହେଲ୍‌ଥ କେୟାର କମ୍ପାନୀର ଏହି ମେଡିସିନ  । ଏହା ବାଦ ବାକି ଭିଟାମିନ – ସି ଓ ଆଜିଥ୍ରୋମାଇସିନ ମେଡିସିନ ଭଳି 9 ଟି ବିଭିନ୍ନ ମେଡିସିନ ଜବତ କରାଯାଇଛି ।

ଜବତ ସବୁ ମେଡିସିନ୍ ସେହି ସମାନ କମ୍ପାନୀର ହୋଇଥିବାରୁ ଏହା ବି ଭେଜାଲ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି  ।  ସେଥିପାଇଁ ସେଗୁଡିକୁ ମଧ୍ୟ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଭେଜାଲ ଫାଭିପିରାଭିର ମେଡିସିନ ରାଜ୍ୟରେ ଗୋଟିଏ ବି ବ୍ୟବହାର ହୋଇନାହିଁ । ସେପଟେ ସବୁ ଭେଜାଲ ମେଡିସିନ ହିମାଚଳ ପ୍ରଦେଶରୁ ଉତ୍ତର ପ୍ରଦେଶ ଦେଇ ଓଡ଼ିଶା ଆସିଥିଲା । ମେଡିସିନ ଉପରେ ହିମାଚଳ ପ୍ରଦେଶ ଲେଖାଯାଇଥିଲେ ବି ଏପରି କିଛି କମ୍ପାନୀ ସେଠାରେ ନାହିଁ । ରାଜ୍ୟର 13ରୁ 14ଟି ଜିଲ୍ଲାରେ ଚଢ଼ାଉ କରାଯାଇଛି । କେବଳ ବଲାଙ୍ଗୀରରେ ଭେଜାଲ ଫାଭିପିରାଭିର ମେଡିସିନର ଅଳ୍ପ ନୁମୁନା ମିଳିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ବାକି 9 ଟି ମେଡିସିନିର ନୁମୁନା ମିଳିଛି । ଅବ୍ୟଶକ ପଡ଼ିଲେ ବାହାର ରାଜ୍ୟକୁ ଯାଞ୍ଚ ପାଇଁ ଏକ ଟିମ ଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *