ରାଜ୍ୟ

ରାଜ୍ୟରେ କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୩୩୯ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ କିଛିମାତ୍ରାରେ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହା ମଧ୍ୟରେ ଆଜି ପୁଣି ୪୩୩୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୪୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୮୬୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୭ ଲକ୍ଷ ୯୬ ହଜାର ୭୯୯ ରହିଥିବା ବେଳେ ୫୫ ହଜାର ୯୨୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୁଳରୁ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକ- ୨୦୯, ବଲାଙ୍ଗିର- ୫୩, ବୌଦ୍ଧ- ୫୪, କଟକ- ୪୮୦, ଦେବଗଡ଼- ୨୬, ଢେଙ୍କାନାଳ- ୧୪୪, ଗଜପତି- ୩୬, ଗଂଜାମ- ୨୯, ଜଗତସିଂହପୁର- ୧୪୩, ଯାଜପୁର- ୨୦୭, ଝାରସୁଗୁଡ଼ା- ୧୩, କଳାହାଣ୍ଡି -୬୨, କନ୍ଧମାଳ- ୬୨, କେନ୍ଦ୍ରାପଡ଼ା- ୧୮୧, କେନ୍ଦୁଝର- ୯୬, ଖୋର୍ଦ୍ଧା- ୭୦୦, କୋରାପୁଟ- ୬୫, ମାଲକାନଗିରି- ୫୦, ମୟୂରଭଂଜ- ୧୫୮, ନବରଙ୍ଗପୁର- ୭୮, ନୟାଗଡ଼- ୧୪୯, ନୂଆପଡ଼ା- ୧୪, ପୁରୀ- ୨୫୫, ରାୟଗଡ଼ା- ୬୪, ସମ୍ବଲପୁର- ୫୪, ସୁବର୍ଣ୍ଣପୁର- ୮୪ ଓ ସୁନ୍ଦରଗଡ଼- ୧୭୮  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଷ୍ଟେଟପୁଲରୁ ୧୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୬୮,୫୩୫ ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୧ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *