ବିନା କୋଡିଭ୍ ଟେଷ୍ଟରେ ପୁରୀ ମନା
ପୁରୀ : ଏଣିକି ବିନା କୋଭିଡ୍ ଟେଷ୍ଟରେ ପର୍ଯ୍ୟଟକମାନେ ପୁରୀ ଯାଇପାରିବେ ନାହିଁ । ତେଣୁ ଆଜିଠାରୁ ପୁରୀ ରେଳଷ୍ଟେସନରେ ଆରଟିପିସିଆର ଟେଷ୍ଟ ଆରମ୍ଭ କରାଯାଇଛି ।
କୋଭିଡ୍ ଟେଷ୍ଟ ପରେ ପର୍ଯ୍ୟଟକମାନେ ହୋଟେଲରେ ପୃଥକବାସରେ ରହିବେ । ରିପୋର୍ଟ ନେଗେଟିଭ୍ ଆସିବା ପରେ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ଦିଆଯିବ ।
୧୨ଟି ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ଲାଗୁ କରିଛନ୍ତି ଜିଲ୍ଲାପାଳ । ହୋଟେଲ ମାଲିକ ସଂଘଙ୍କ ସହ ଜିଲ୍ଲାପାଳଙ୍କ ଆଜି ଏନେଇ ଏକ ବୈଠକ ବସିଥିଲା ।
ହୋଟେଲ ଓ ରେସ୍ତୋରାଁ ଉପରେ ନଜର ରଖିବା ଜିଲ୍ଲାପାଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।