ମହାନଗର

ରୁକୁଣା ରଥ ପାଇଁ ୧୪୪ ଜାରି

ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହେଲା କଟକଣା। କାଲି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଜାରି ହେବ। ଏନେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଲାଗିବ। କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି। ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ, ୫୦ ଅଫିସର ମୁତୟନ ହେବେ।

ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ବନ୍ଦ କରାଯାଇଛି। ଲିଙ୍ଗରାଜ ମନ୍ଦିରର କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ଗତକାଲି ନେଇଥିଲା ବିଏମସି। ତେବେ ଏହି ସମୟରେ ସେବାୟତଙ୍କ ଦ୍ୱାରା ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ବିଧି ଅନୁସାରେ କରାଯିବ।

ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ହେବ। ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇସାରିଥିବାରୁ ସେହି ଅନୁସାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗତକାଲି ବିଏମ୍‌ସିର ସାଉଥ ଇଷ୍ଟ ଜୋନ୍‌ର ଜେଡିସି ନିର୍ଦ୍ଦେଶନାମା ଜାରି କରିଥିଲେ।

Leave a Reply

Your email address will not be published. Required fields are marked *