ରାଜ୍ୟ

ମୋଦୀଙ୍କୁ ନବୀନଙ୍କ ଚିଠି; ପର୍ଯ୍ୟାପ୍ତ ଟିକାଦିଅ, ଖୋଲା ବଜାରରେ ମିଳୁ ଟିକା

-ଓଡିଶାକୁ ୨୫ ଲକ୍ଷ ଟିକା ଦିଆଯାଉ
-ଟିକାକରଣ ପାଇଁ କୋହଳ ହେଉ ବୟସସୀମା  

ଭୁବନେଶ୍ୱର : ଖୋଲା ବଜାରରେ ଟିକା ଉପଲବ୍ଧ ହେଉ । ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ଟିକା ଯୋଗାଯାଉ । ସଂକ୍ରମିତ ସହରଗୁଡିକୁ ଅଧିକ ପ୍ରାଧାନ୍ୟ ଦିଆଯାଉ । ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ଦେଶରେ ମିଳୁ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏଭଳି ଚାରି ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କଲେ କରୋନା ମୁକାବିଲାରେ ସଫଳତା ମିଳିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଚେନ୍ ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଏହାଦ୍ୱାରା ଯେଉଁମାନେ ସକ୍ଷମ ସେମାନେ ବଜାରରୁ ଟିକା କିଣିପାରିବେ । ଫଳରେ ଆର୍ôଥକ ଅନଗ୍ରସର ଶ୍ରେଣୀଙ୍କୁ ଟିକାକରଣ ଉପରେ ଫୋକସ କରାଯାଇପାରିବ । ଟିକା ଯୋଗାଣ ପରିମାଣ ବୃଦ୍ଧି କରାଯାଉ । ରାଜ୍ୟଗୁଡ଼ିକୁ ଠିକ ସମୟରେ ଯଥେଷ୍ଟ ଟିକା ଯୋଗାଇ ଦିଆଯାଉ । ଏହାସହ ମେଟ୍ରୋ ସିଟିଗୁଡ଼ିକ ପାଇଁ ନୀତି କୋହଳ କରାଯାଉ । ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ମିଳୁ ବୋଲି କହିଛନ୍ତି । ସର୍ବାଧିକ ସଂକ୍ରମିତ ସହରଗୁଡିକୁ ପ୍ରାଧାନ୍ୟ ଦିଆଯାଉ ।  ପ୍ରଧାନମନ୍ତ୍ରୀଙ୍କ ନିକଟରେ କିଛି ନିର୍ଦ୍ଧିଷ୍ଟ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତରେ ଟିକା ଉତ୍ପାଦନ ପାଇଁ ପ୍ରଚୁର ସମ୍ଭାବନା ଅଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ସହଯୋଗ କରି ଉତ୍ପାଦନ ବଢ଼ାନ୍ତୁ । ଟିକା ନେବା ପାଇଁ ଲୋକେ ପ୍ରବଳ ଉତ୍ସାହୀ ଥିଲେ ହେଁ ଯୋଗାଣ କମ୍ ହେଉଛି । ତେଣୁ ସମସ୍ୟା ଉପୁଜିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟିକା ନେବା ପାଇଁ ଲୋକେ ପ୍ରବଳ ଉତ୍ସାହୀ ଥିଲେ ମଧ୍ୟ ଯୋଗାଣ କମ୍ ଥିବାରୁ ଆମ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । କହିଥିଲେ, କରୋନା ସଂକ୍ରମଣ ହାର ଅଧିକ ଥିବା ମେଟ୍ରୋ ପଲିଟାନ୍ ସହରଗୁଡ଼ିକୁ ଟିକାକରଣରେ ଅଗ୍ରାଧିକାର ଦିଆଯାଉ । ଟିକାକରଣ ପାଇଁ ବୟସସୀମା କୋହଳ ହେବା ଦରକାର । କାରଣ ଆର୍ôଥକ କାରବାରର କେନ୍ଦ୍ରବିନ୍ଦୁ ଏହି ସହରଗୁଡ଼ିକରେ ଲକଡାଉନ ହେଲେ ଏହା ଦେଶର ଅନ୍ୟ ଅଞ୍ଚଳକୁ ପ୍ରଭାବିତ କରିବ । ଓଡ଼ିଶାକୁ ୨୫ ଲକ୍ଷ ଟିକା ଯୋଗାଇବା ନେଇ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନେ ପକାଇ ଦେଇଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୭ ଲକ୍ଷ ଡୋଜ୍ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ଯୋଦ୍ଧା ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଦିଆସରିଲାଣି । କୋଭିଡ ଟିକା କ୍ଷତିହାର ଆମର ଯଥେଷ୍ଟ କମ୍ ଏବଂ ଆମେ ଦୈନିକ ୩ ଲକ୍ଷରୁ ଅଧିକ ଡୋଜ୍ ଟିକାକରଣର କ୍ଷମତା ରଖିଛୁ । ଏହି ପୃଷ୍ଠଭୂମିରେ ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ କଲେ ଆମକୁ ୧୬୦ ଦିନ ଲାଗିଯିବ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେବା ପରେ କି ନିଷ୍ପତ୍ତି ନିଆଯାଉଛି ତାହା ଦେଖିବା କଥା।

Leave a Reply

Your email address will not be published. Required fields are marked *