ମହାନଗର

ଭୁବନେଶ୍ୱର ସ୍ଥିତି ସଙ୍ଗୀନ, ୨୪ ଘଂଟାରେ ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜଧାନୀରେ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସର୍ବାଧିକ ପଟିଆ ଅଂଚଳରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ,  କ୍ୱାରେଣ୍ଟିନ ସେଂଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଲୋକାଲ କେସ ବା ସ୍ଥାନୀୟ ଅଂଚଳରୁ ୨୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହାସହ ନୟାପଲ୍ଲୀରୁ ୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପଟିଆରୁ୧୪, ଖଣ୍ଡଗିରିରୁ ୧୧, ନିଳାଦ୍ରୀ ବିହାରରୁ ୧୦ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୪,୫୭୯ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩୨,୫୧୪ ରହିଛି। ସେହିପରି ମୃତ୍ୟୁସଂଖ୍ୟା- ୨୫୦ ରହିବା ସହ ସକ୍ରିୟ ମାମଲାର ସଂଖ୍ୟା ୧୭୯୪ ରହିଛି।

Leave a Reply

Your email address will not be published. Required fields are marked *