ରାଜ୍ୟ

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ଆସନ୍ତା ୧୯ ତାରିଖରୁ ଅନ୍ୟାଦେଶ ଯାଏ କାର୍ଯ୍ୟ କରିବ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଚାଲିବ । ସଆରସି (SRC) ଓ ଓଏସଡିଏମଏ (OSDMA) ଅଫିସ୍, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା ଏବଂ ମହାନଗର ନିଗମ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଭୁବନେଶ୍ୱ ଓ କଟକରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତରରେ କର୍ମଚାରୀ କାମ କରିବା ନେଇ ରୋଷ୍ଟର ଡ୍ୟୁଟି କରାଯିବ । ଗତ ୨୦୨୦ ଜୁନ୍ ୧୨ରେ ଜାରି ଏସଓପି ଅନୁସାରେ ସମସ୍ତ ନିୟମ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *