ଖେଳ

ଆଇପିଏଲ୍‌ ୨୦୨୧ : ଟସ୍‌ ଜିତିଲା ହାଇଦ୍ରାବାଦ, ବ୍ୟାଟିଂ କରିବ ବାଙ୍ଗାଲୋର

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ  ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ। ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ଲକ୍ଷ୍ୟରେ ଓହ୍ଲାଇଛି ସନ ରାଇଜର୍ସ ହାଇଦ୍ରାବାଦ। ସେପଟେ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ବାଙ୍ଗାଲୋର ଦଳ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ।

Leave a Reply

Your email address will not be published. Required fields are marked *