ରାଜ୍ୟ

ମାସ୍କ ନ ପିନ୍ଧି ଫାଇନ ଦେଲେ ଟ୍ରାଫିକ ପୋଲିସ

ପୁରୀ : ଟ୍ରାଫିକ ପୋଲିସଙ୍କଠାରୁ ୨୦୦୦ ଟଙ୍କା ଫାଇନ କାଟିଛି ପୁରୀ ପୋଲିସ । ଏନେଇ ପୁରୀ ଏସପି ଏକ ଟୁଇଟ ଜାରି କରି କହିଛନ୍ତି ଟ୍ରାଫିକ ପୋଲିସ ଜଣକ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ୨୦୦୦ ଟଙ୍କା ଫାଇନ କରାଯାଇଛି । ସେ ନିଜ ଟୁଇଟ ମାଧ୍ୟମରେ ଲେଖିଛନ୍ତି “ଟ୍ରାଫିକ କନେଷ୍ଟବଳ ଜଣକ ମସ୍କ ପିନ୍ଧି ନଥିବା ଆମ ନଜରକୁ ଅଣାଯିବା ପରେ ଆମେ ନିଜେ ନିଜ ଟ୍ରାଫିକ ପୋଲିସଙ୍କୁ ୨୦୦୦ ଟଙ୍କା ଜରିମାନା କରିଛୁ, ଏବଂ ସେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ଅର୍ଥ ପ୍ରଦାନ କରିଛନ୍ତି । ତେଣୁ ସର୍ବଦା ମାସ୍କ ପିନ୍ଧନ୍ତୁ ନହେଲେ ଜରିମାନା ଦିଅନ୍ତୁ, ଏହାର କୌଣସି ବିକଳ୍ପ ନାହିଁ ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ୧୯ର ସଂକ୍ରମଣକୁ ଦୂରେଇବା ପାଇଁ ୧୪ ଦିନ ପାଇଁ ମାସ୍କ ଅଭିଯାନର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି “ମହାମାରୀ ବିରୁଦ୍ଧରେ ଯୁଦ୍ଧରେ ମାସ୍କ ହେଉଛି ସବୁଠାରୁ ଦକ୍ଷ ସୁରକ୍ଷା କବଚ । ଯେଉଁ ଲୋକମାନେ ଏପର୍ୟ୍ୟନ୍ତ ଟୀକା ପାଇନାହାଁନ୍ତି ସେମାନେ ନିଶ୍ଚିତ ଭାବରେ ମାସ୍କ ପିନ୍ଧିବା ଉଚିତ୍, ଯେଉଁମାନେ ପୂର୍ବରୁ ଟୀକାକରଣ କରିଛନ୍ତି ସେମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ଆବଶ୍ୟକ, ମାସ୍କ ପିନ୍ଧି ନ ଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ ମୁଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ସେ ଆହୁରି ମଧ୍ୟ ନିବେଦନ କରିଛନ୍ତି କି ଆମକୁ ଠିକ ଭାବରେ ମାସ୍କ ପିନ୍ଧିବା ଦରକାର । ସେ କହିଛନ୍ତି “ଆମକୁ ମୁହଁ ଏବଂ ନାକକୁ ମାସ୍କରେ ଘୋଡାଇବାକୁ ପଡିବ । ଆମେ ମାସ୍କ ବିନା ଘରୁ ବାହାରକୁ ଯିବା ଉଚିତ୍ ନୁହେଁ । ଏହି ରୋଗର ମୁକାବିଲା ପାଇଁ ମାସ୍କର ବ୍ୟବହାର ଅତ୍ୟନ୍ତ ସହାୟକ ହୋଇଥାଏ ।”

Leave a Reply

Your email address will not be published. Required fields are marked *