ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେବେ ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲ

ଅଭିନେତା ବିଷ୍ଣୁ ବିଶାଲ ଟ୍ୱିଟରରେ ବିବାହ କାର୍ଡ ସେୟାର କରି ଲେଖିଛନ୍ତି, “ଜୀବନ ହେଉଛି ଏକ ଯାତ୍ରା ଟ୍ଟ ଏହାକୁ ଆଲିଙ୍ଗନ କର  ବିଶ୍ୱାସ ରଖ ଏବଂ ଆଗକୁ ବଢ ଆପଣଙ୍କ ଭଲପାଇବା ଏବଂ ସମର୍ଥନ ସବୁଥର ପରି ଏଥର ବି ଆବଶ୍ୟକ ।” ଏଥି ସହିତ ଜ୍ୱାଲା ଏବଂ ବିଶାଲ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହେବ । ଯେଉଁଥିରେ କେବଳ ପରିବାର ଏବଂ ନିକଟତର ସମ୍ପର୍କୀୟକ ସାମିଲ ରହିବେ । ବିଷ୍ଣୁ ବିଶାଲା ଏବଂ ଜ୍ୱାଲା ଗୁଟ୍ଟା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ଗତ ବର୍ଷ ଜୱାଲାଙ୍କ ୩୭ ତମ ଜନ୍ମଦିନ ଅବସରରେ ଏହି ଦମ୍ପତି ବିବାହ କରିଥିଲେ । ହେଲେ ପରେ ପରସ୍ପରକୁ ଦୁହେଁ ଛାଡପତ୍ର ମଧ୍ୟ ଦେଇଥିଲେ, ଏବେ ଦୁଇ ଜଣ ନିଜ ଜୀବନକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି । ଏଠି କହି ରଖୁଛୁ କି ବିଷ୍ଣୁ ବିଶାଲ ମଧ୍ୟ ଜଣେ ସ୍ପୋର୍ସ ପରର୍ସନ ଥିଲେ । ସେ କ୍ରିକେଟ୍ ଖେଳିବା ସହିତ ଏମବିଏ ମଧ୍ୟ କରୁଥିଲେ । ତେବେ ପରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ।

Leave a Reply

Your email address will not be published. Required fields are marked *