ରାଜ୍ୟ

କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ନିଜ ଆରଟିପିସିଆର୍ ଟେଷ୍ଟ୍ ରିପୋର୍ଟ ଦେଖାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଲକାତାରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ନିଜର ଆର୍‌ଟିପିସିଆର ଟେଷ୍ଟ୍ ରିପୋର୍ଟକୁ ଦେଖାଇଥିବା ନିଜେ ଟ୍ୱିଟ୍ କରି କହିଛନ୍ତି । ଏହାସହ ସେ ରାଜ୍ୟବାସୀଙ୍କୁ ସର୍ବଦା ମାସ୍କ ପିନ୍ଧିବା ସହ ସତର୍କ ରହିବା ଓ କୋଭିଡ୍ ନିୟମକୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ “ଆଜି କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ମୁଁ ମୋର ଆରଟିପିସିଆର ରିପୋର୍ଟକୁ ଦେଖାଇଲି । କରୋନା ମହାମାରୀ ସମୟରେ ଆମେ ନିଜେ ସତର୍କ ରହିବା, ନିଜେ ନିଜର ଦାୟିତ୍ୱକୁ ପାଳନ କରିବା” ।

Leave a Reply

Your email address will not be published. Required fields are marked *