Uncategorized

ଶାନ୍ତିମେମୋରିଆଲ ହସ୍ପିଟାଲରେ ୱାକାଥନ

: 1

ଭୁବନେଶ୍ୱର,୧୯/୫/Knews: ପ୍ରତି ବର୍ଷ ମେ’ ୧୭ ତାରିଖରେ ପାଳିତ ହେଉଥିବା ୱାର୍ଲ୍ଡ ହାଇପର୍‌ଟେନ୍‌ଶନ ଡେ’ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କଟକସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ୱାକାଥନର ଆୟୋଜନ କରାଯାଇଛି । ଏହା କଟକର କିଛି ଗୁରୁତ୍ୱପୂର୍ଣ୍ଣ ମାର୍ଗକୁ ଅନ୍ତର୍ଭୁକ୍ତ କରିଛି । ହସ୍ପିଟାଲର କାର୍ଡିଓଲୋଜିଷ୍ଟ ଡଃ ପ୍ରିୟଦର୍ଶୀ ତ୍ରିପାଠୀଙ୍କ ଦ୍ୱାରା ଏହି ଦିବସର ଉଦ୍ଦେଶ୍ୟ ଉପରେ ଏକ ଉପସ୍ଥାପନା ଦିଆଯିବା ପରେ ହସ୍ପିଟାଲର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ଶ୍ରୀଜୋୟ ପଟନାୟକ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡଃ ରେଖା ଦାସ୍ ପତାକା ଦେଖାଇ ୱାକାଥନର ଆରମ୍ଭ କରିଛନ୍ତି । ଏହି ୱାକାଥନରେ ହସ୍ପିଟାଲର ୧୫୦ରୁ ଅଧିକ କର୍ମଚାରୀ ପ୍ଲାକ୍ କାର୍ଡ ଓ ବ୍ୟାନ୍ ସହିତ ଯୋଗ ଦେଇଥିଲେ, ଯେଉଁଥିରେ ଲୋକଙ୍କ ଉଚ୍ଚ ରକ୍ତଚାପ ରୋଗର ଗୁରୁତ୍ୱ ଓ ଏହାର ଚିକିତ୍ସା ଜଟିଳତା ସମ୍ପର୍କରେ ଯୋଗାଯୋଗ କରିବା ଏବଂ ଏହି ରୋଗର ପ୍ରତିରୋଧ, ଚିହ୍ନଟ ଓ ଚିକିତ୍ସା ଉପରେ ସୂଚନା ପ୍ରଦାନ କରିବା ପାଇଁ ଉଚ୍ଚ ରକ୍ତଚାପର ପ୍ରତିରୋଧ ଓ ଚିକିତ୍ସା ଉପରେ ସଚେତନତା ବାର୍ତା ଉଲ୍ଲେଖ କରାଯାଇଥିଲା ।
ପ୍ରଥମେ ମେ’ ୨୦୦୫ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ଶୁଭାରମ୍ଭ ହୋଇଥିଲା, ଏହାପରଠାରୁ ଏହା ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତ ଦେଶର ନାଗରିକଙ୍କୁ ଏହି ସାଇଲେଂଟ୍ କିଲର୍ ବା ଆଧୁନିକ ମହାମାରୀକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ପ୍ରୋତ୍ସାହିତ କରିବା । ପରବର୍ତୀ ସମୟରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଏକ ମାଗଣା ଉଚ୍ଚ ରକ୍ତଚାପ ଯାଂଚ ଶିବିରର ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୦୦ ଜଣ ବ୍ୟକ୍ତି ନିଜର ରକ୍ତଚାପ ଯାଂଚ କରିଥିଲେ ଓ ମାଗଣା ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *