Uncategorized

ତୃଷାର୍ତ୍ତ ବାଟୋଇ

ପାଣି ଟୋପେ ପାଇବାର ଆଶା କୁ ମୁଁ ଏତେ ଜଲଦି ମିଛ ମରୀଚିକା ଜଳ ରେ ବୁଡ଼ି ଯିବାକୁ ଦେବିନି। ଯେତେ ପର୍ଯ୍ୟନ୍ତ ମନରେ ତୃଷ୍ଣା ଜୀବିତ ପାଣି ଟୋପେ ପାଇବାର ଆଶା ମଧ୍ୟ ଜୀବିତ । ଯେଉଁ ଦିନ ଜଳ ର ସନ୍ଧାନ ପାଇ ଯିବି , ସେଦିନ ହେବ ବର୍ଷ ବର୍ଷ ଧରି ମରୁଡି କରାଗତ ଚାଷ ଜମି ରେ ମୂଷଳ ଧାରା ବର୍ଷା ହେଲା ପରି ଅନୁଭୂତି। କିଛି ନହେଲେ ଯଦି ପାଣି ଟୋପେ ନ ପାଇବି , ସେ ଦିନ ମୋ ସମସ୍ତ ଧର୍ଯ୍ୟ ଝାଳ ବିନ୍ଦୁ ହୋଇ ବୋହି ଯାଇଥିବ ମୋ ସମସ୍ତ ଇଚ୍ଛା ଆକାଂକ୍ଷା ଶରୀର ର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ରେ କ୍ଳାନ୍ତି ହୋଇ ମିଳେଇ ଯାଇଥିବ, ଆଉ ମରୁଭୂମି ରେ ଜଳ ଖୋଜିବା ର ସମସ୍ତ ସାହସ ତୃଷ୍ଣା ପାଲଟି ମୋରି ଗଳା କୁ ଆବୋରି ବସିଥିବ । ଏସବୁ ସଂକେତ କରୁଥିବ ମୋ ମସ୍ତିଷ୍କ କୁ ଏବେ ଅପେକ୍ଷା ର ଯନ୍ତ୍ରଣା ର ଅନ୍ତ ଘଟିବାକୁ ଯାଉଛି ଏଇ ଅସହାୟତା ହିଁ ମରୁଭୂମି ରେ ତୁମ ଶେଷ ଦିନ କୁ ଡାକି ଆଣିଛି । ✍️ ସୌମ୍ୟା 🍃🌻💛🙃

Leave a Reply

Your email address will not be published. Required fields are marked *