Uncategorized

ଲକ୍ଷ୍ନୌ ସୁପର ଜିଆଣ୍ଟର ଆଉ ଏକ ବିଜୟ

ନୂଆଦିଲ୍ଲୀ,1st May,(Knews): ରବିବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ ଆଉ ଏକ ବିଜୟ ହାସଲ କରିଛି। ରୋମାଞ୍ଚଭରା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ହରାଇ ୬ ରନରେ ହରାଇ ଲକ୍ଷ୍ନୌ ବିଜୟ ହାସଲ କରିଛି। ଦିଲ୍ଲୀକୁ ଶେଷ ଓଭରରେ ୨୧ରନ ଆବଶ୍ୟକ ଥିଲା। ଏହି ଓଭରେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ କ୍ରିଜରେ ଥିଲେ। ଦୁଇଟି ଛକା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ତାଙ୍କ ଟିମ ବିଜୟ ହାସଲ କରିପାରି ନ ଥିଲା।ଲକ୍ଷ୍ନୌ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କେଏଲ୍ ରାହୁଲଙ୍କ ୭୭ ରନ ଯୋଗଦାନ ବଳରେ ଲକ୍ଷ୍ନୌ ୩ ୱିକେଟ ବିନିମୟରେ ୧୯୫ ରନ କରିଥିଲା। ଯାହା ଭିତରେ ରାହୁଲଙ୍କ ୪ଟି ଚୌକା ଓ ୫ଟି ଛକା ରହିଥିଲା। ଦୀପକ ହୁଡ଼ା ମଧ୍ୟ ତାଙ୍କର ସାଥୀ ଦେଇ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ ୭ ୱିକେଟ ହରାଇ ୧୮୯ ରନ ହିଁ କରିପାରିଥିଲା। ଏହି ଟିମ୍ ପକ୍ଷରୁ କ୍ୟାପଟେନ ରିଷଭ ପନ୍ତ ସର୍ବାଧିକ ୪୪, ଅକ୍ଷର ପଟେଲ ୪୨, ମିଚେଲ ମାର୍ସ ୩୭ ରନର ବଡ଼ ଯୋଗଦାନ ଦେଇଥିଲେ। ଟିମ୍ ପକ୍ଷରୁ ସର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିଲେ। ଲକ୍ଷ୍ନୌ ପକ୍ଷରୁ ମୋହସିନ୍ ଖାନ୍ ସର୍ବାଧିକ ୪ଟି ୱିକେଟ ନେଇଥିଲେ ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଥିଲେ।

Leave a Reply

Your email address will not be published. Required fields are marked *