Uncategorized

ଏସ୍‌ବିଆଇ ଲାଇଫ୍ ପକ୍ଷରୁ ୨୫,୪୫୭ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

ଭୁବନେଶ୍ୱର,30th April,(Knews):  ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ଏସ୍‌ବିଆଇ ଲାଇଫ ଇନ୍‌ସ୍ୟୁରାନ୍ସ ପକ୍ଷରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ ୨୫,୪୫୭ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରାଯାଇଛି ଯାହା ୨୦୨୦-୨୧ ଆର୍ଥିକ ବର୍ଷରେ ୨୦,୬୨୪ କୋଟି ଟଙ୍କା ରହିଥିଲା । ସୁରକ୍ଷା ଉପରେ ସ୍ପଷ୍ଟ ଗୁରୁତ୍ୱ ରଖିଥିବାରୁ ଏସବିଆଇ ଲାଇଫ୍‌ର ସୁରକ୍ଷା ନୂଆ ବ୍ୟବସାୟ ପ୍ରିମିୟମ୍ ୨୪% ବୃଦ୍ଧି ପାଇ ୩,୦୫୨ କୋଟି ଟଙ୍କା ହୋଇଛି । ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୨୬% ବୃଦ୍ଧି ସହ ୯୩୮ କୋଟି ଟଙ୍କା ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୩୨% ବୃଦ୍ଧି ସହ ୧୬,୫୦୦ କୋଟି ଟଙ୍କା ରହିଛି । ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କଂପାନିର ଟିକସ ପରବର୍ତି ଲାଭ ୧୫୦୬ କୋଟି ଟଙ୍କା ରହିଛି । କଂପାନିର ସଲ୍‌ଭେନ୍ସି ରେସିଓ ୨.୦୫ ଭଳି ଦୃଢ଼ ସ୍ଥିତିରେ ରହିଛି ଯାହା ନିୟାମକ ଆବଶ୍ୟକତା ୧.୫୦ ଠାରୁ ଅଧିକ । ଏସବିଆଇ ଲାଇଫ୍‌ର ପରିଚାଳନା ଅଧୀନ ସଂପତି ପରିମାଣ ୨୧% ବୃଦ୍ଧି ପାଇ ୨,୬୭,୪୦୯ କୋଟି ଟଙ୍କା ହୋଇଛି ଯାହା ୨୦୨୧ ମାର୍ଚ୍ଚ ସୁଦ୍ଧା ୨,୨୦,୮୭୧ କୋଟି ଟଙ୍କା ଥିଲା । ଡେବ୍‌ଟ-ଇକ୍ୱିଟି ଅନୁପାତ ୭୧:୨୯ ରହିଛି । ୯୬% ଡେବ୍‌ଟ ନିବେଶ ଏଏଏ ଓ ସୋଭରେନ୍ ଉପକରଣରେ କରାଯାଇଛି । କଂପାନିର ୨,୦୫,୭୧୭ ତାଲିମପ୍ରାପ୍ତ ବୀମା ପେସାଦାରଙ୍କ ଏକ ବିବିଧ ବିତରଣ ନେଟ୍‌ୱର୍କ ରହିଛି ଏବଂ ସାରା ଦେଶର ୯୫୨ କାର୍ଯ୍ୟାଳୟରେ ଏହାର ଉପସ୍ଥିତି ଥିବା ବେଳେ ଦୃଢ଼ ବ୍ୟାଙ୍କାସ୍ୟୁରାନ୍ସ ଚ୍ୟାନେଲ୍‌, ଏଜେନ୍ସି ଚ୍ୟାନେଲ୍‌, କର୍ପୋରେଟ୍ ଏଜେଂଟ୍‌, ବ୍ରୋକର, ମାଇକ୍ରୋ ଏଜେଂଟ୍‌, ଜନ ସେବା କେନ୍ଦ୍ର, ବୀମା ମାର୍କେଟିଂ କଂପାନି, ୱେବ ଏଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟ ରହିଛି । କଂପାନିର ବ୍ୟକ୍ତିଗତ ରେଟେଡ୍ ପ୍ରିମିୟମ୍ ୧୨,୮୭୨ କୋଟି ଟଙ୍କା,ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୧୬,୫୦୦ କୋଟି ଟଙ୍କା, ସୁରକ୍ଷା ନୂଆ ବ୍ୟକ୍ତିଗତ ପ୍ରିମିୟମ ୩୦୫୨ କୋଟି ଟଙ୍କା ରହିଛି । ନୂଆ ବ୍ୟବସାୟ ବୀମାରେ ୧୬% ବୃଦ୍ଧି ଘଟିଛି । କ୍ରମାଗତ ୧୩ତମ ମାସ ପାଇଁ ପର୍ସିଟେନ୍‌ଟ ରେସିଓ ୮୫.୧୮% ରହିଛି । ଏହା ସେୟାର ପିଛା ୨ ଟଙ୍କାର ଅନ୍ତରୀଣ ଲାଭାଂଶ ଘୋଷଣା କରିଛି । ଏହାର ନୂଆ ବ୍ୟବସାୟ ମୂଲ୍ୟରେ ୩୯% ବୃଦ୍ଧି ସହ ୩,୭୦୪ କୋଟି ଟଙ୍କା ରହିଥିବା ବେଳେ ଏହି ମାର୍ଜିନ୍ ୨୫.୯%କୁ ବୃଦ୍ଧି ପାଇଛି । ଏମ୍ପେଡେଡ୍ ଭାଲ୍ୟୁରେ ଅପରେଟିଂ ରିଟର୍ଣ୍ଣ ୨୦.୬% ରହିଛି ।

Leave a Reply

Your email address will not be published. Required fields are marked *