Uncategorized

ନାଲକୋର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତିର ବୈଠକ ଆୟୋଜିତ

ଭୁବନେଶ୍ୱର, 30.04.2022 – ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲକୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ, ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଉପକ୍ରମ)ର 2022-23 ବର୍ଷ ପାଇଁ ଅର୍ଦ୍ଧବାର୍ଷିକ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ରାଜଭାଷା ବିଭାଗର ପ୍ରତିନିଧି ଶ୍ରୀ ନିର୍ମଳ କୁମାର ଦୁବେ, ଉପାଧ୍ୟକ୍ଷ ତଥା ନାଲକୋର ନିର୍ଦ୍ଦେଶକ (ମାନବ ସମ୍ୱଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଭାରତ ସରକାରଙ୍କ ରାଜଭାଷା ନୀତି ଅନୁସାରେ ଏହି ବୈଠକରେ ଭୁବନେଶ୍ୱର ସହରର ସମସ୍ତ କେନ୍ଦ୍ର୍ର ସରକାରଙ୍କ ଉପକ୍ରମରେ ରାଜଭାଷା କାର୍ଯ୍ୟର ବିସ୍ତୃତ ଆଲୋଚନା କରାଯିବା ସହିତ ଏହାର ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଅଭିଭାଷଣ ପ୍ରଦାନ କରି ନାଲକୋ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ସମସ୍ତ କାର୍ଯ୍ୟାଳୟଗୁଡ଼ିକୁ ଏକାଠି ହୋଇ କାର୍ଯ୍ୟାଳୟରେ ରାଜଭାଷାର ପ୍ରୟୋଗ ମିଳିତ ଉଦ୍ଦେଶ୍ୟ ନେବା ସହିତ ପାରସ୍ପରିକ ସମନ୍ୱୟ ରକ୍ଷା କରିବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟାଳୟରେ ରାଜଭାଷାର ପ୍ରୟୋଗ ଉପରେ ଗୁରୁତ୍ୱ କରିବା ସହ ଶ୍ରୀ ଦୁବେ ଆବଶ୍ୟକୀୟ ପରାମର୍ଶ ଏବଂ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି ବୈଠକରେ ସମିତିର ଉପାଧ୍ୟକ୍ଷ ଶ୍ରୀ ମହାପାତ୍ର ନିଜର ଅଭିବ୍ୟକ୍ତି ପ୍ରକାଶ କରି କହିଥିଲେ ଯେ, ସମସ୍ତ ସଦସ୍ୟ କାର୍ଯ୍ୟାଳୟ ଭାରତ ସରକାଙ୍କ ନିର୍ଦ୍ଧାରିତ ବାର୍ଷିକ କାର୍ଯ୍ୟକ୍ରମଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେଇ ତଥା ସମସ୍ତ ନିୟମାବଳୀ ପାଳନ କରି କାର୍ଯ୍ୟ କରିବା ଉଚିତ। ଏହି ଅବସରରେ, ରାଜଭାଷା ନୀତି ଏବଂ ନିୟମାବଳୀ ପ୍ରଚଳନର ଗୁରୁତ୍ୱ ଉପରେ ଆଲୋଚନା ସହିତ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକୁ ପରଷ୍ପର ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକର ପ୍ରତିନିଧୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *