Uncategorized

ଅସହ୍ୟ ତାତିରେ ରେକର୍ଡ଼ ଭାଙ୍ଗିଲା ରାଜଧାନୀ

ଭୁବନେଶ୍ବର,24st April,(Knews) :: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ ରାଜଧାନୀରେ ରେକର୍ଡ଼ ଭାଙ୍ଗୁଛି ତାତି। ପ୍ରଚଣ୍ଡ ରୌଦ୍ରତାପରେ ଛଟପଟ ହେଉଛନ୍ତି ରାଜଧାନୀବାସୀ। ଲଗାତାର ଭାବେ ତୃତୀୟ ଦିନରେ ଆଜି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଏଥିସହ ଭୁବନେଶ୍ବର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ରାଜଧାନୀ ସମେତ ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୦.୮, ଚାନ୍ଦବାଲିରେ ୪୦.୮, ହୀରାକୁଦ ଓ କେନ୍ଦୁଝର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି।ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରର ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ଶୁକ୍ରବାର ମଧ୍ୟ ଏଠାରେ ୪୦.୮ ଡିଗ୍ରୀ ରେକର୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *