Uncategorized

ଜେ.ଡି. ସେଣ୍ଟର ଅଫ୍ ଆର୍ଟ ତରଫରୁ ଏହାର ଭି.ଆଇ.ପି. କଲୋନୀସ୍ଥିତ କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

ଆBhubaneswar,24st April,(Knews): ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଜେ.ଡି. ସେଣ୍ଟର ଅଫ୍ ଆର୍ଟ ତରଫରୁ ଏହାର ଭି.ଆଇ.ପି. କଲୋନୀସ୍ଥିତ କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । ବର୍ତ୍ତମାନ ସମଗ୍ର ଓଡ଼ିଶାର ଅନେକ ପୁରାତନ ମନ୍ଦିରରେ ଥିବା ବିଭିନ୍ନ ପଥର ମୂର୍ତି ସହ ଦ୍ଵାରପାଳ ଓ ଅନ୍ୟାନ୍ୟ ପାର୍ଶ୍ବଦେବଦେବୀଙ୍କ ମୂର୍ତ୍ତିକୁ ସଂରକ୍ଷଣ କରାନଯାଇ ତାକୁ ବିଭିନ୍ନ ପ୍ରକାର ଏନାମେଲ ରଙ୍ଗରେ ରଙ୍ଗାୟିତ କରି କଦର୍ଯ୍ୟ କରାଯାଉଛି । ସେହିପରି ଗ୍ଲେଜିଙ୍ଗ ଟାଇଲ ଦ୍ଵାରା ଆମର ପୁରାତନ କୀର୍ତ୍ତିରାଜିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ମନ୍ଦିର ଓ ପୁରାତନ ଐତିହ୍ୟରେ ଷ୍ଟିଲ୍‌ ସିଡ଼ି ଓ ରେଲିଂ ଲଗାଯାଇ ତାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ କରାଯାଉଛି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଲାଗିଥିବା ପୁରାତନ ତୈଳଚିତ୍ର ଯାହାକୁ ଓଡ଼ିଶାର ସୁନାମଧନ୍ୟ ଯଶସ୍ବୀ ଶିଳ୍ପୀମାନେ ଗତ ୪୦ ବର୍ଷ ତଳୁ ପ୍ରତିକୃତି ଅଙ୍କନ କରିଥିଲେ, ତାକୁ ବର୍ତ୍ତମାନ ଶିକ୍ଷାନିବିଶ ଶିଳ୍ପୀମାନଙ୍କ ଦ୍ଵାରା ହିଁ ରିପେଣ୍ଟ କରାଯାଇ ସେହି ବରପୁତ୍ରମାନଙ୍କୁ ଅପମାନିତ କରାଯାଉଛି । ବ୍ରୋଞ୍ଜ ପ୍ରତିମୂରି ଗରିପଟେ ଷ୍ଟିଲର ସିଡ଼ି ଓ ବିମ କରାଯାଇ ତାର ସୌନ୍ଦର୍ଯ୍ୟ ନଷ୍ଟ କରାଯାଉଛି ଜଗନ୍ନାଥ ମନ୍ଦିରର ମୁଖ୍ୟଦ୍ଵାରରେ ଥିବା ପ୍ରତିମୂରି ଗୁଡ଼ିକରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ବୋଳାଯାଇ ତାକୁ କଦର୍ଯ୍ୟ ରୂପ ଦିଆଯାଉଛି ସେହିପରି ଆମ ପୁରାତନ ମନ୍ଦିର ମାନଙ୍କରେ ମଧ୍ୟ କାନ୍ତି ଚିତ୍ରକୁ ଧଳାରଙ୍ଗ ଦେଇ ତାକୁ ଲିଭାଇ ଦିଆଯାଉଛି ଓ କେଉଁଠି ମଧ୍ୟ ତାକୁ ବିଭିନ୍ନ କେମିକାଲ ରଙ୍ଗ ଦେଇ ତାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ପୁରାତନ ପେଣ୍ଟିଙ୍ଗ୍‌କୁ ଯଦି ବୈଜ୍ଞାନିକ ଉପାୟରେ ସଂରକ୍ଷଣ କରାଯାଆନ୍ତା ତାହେଲେଐତିହାସିକ କାରୁକାର୍ଯ୍ୟର ମହତ୍ତ୍ୱ ରବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ହୋଇ ରୁହନ୍ତା । ସେହିପରି ରାସ୍ତାକଡ଼ରେ ଥିବା ଶହ ଶହ ବର୍ଷର ପୁରାତନ ଗଛକୁ କଟାଯାଇ ରାସ୍ତାଓ ଘର ନିର୍ମାଣ କରାଯାଉଛି । ତାଙ୍କୁ ମଧ୍ଯ ଅନ୍ୟ ଜାଗାରେ ସ୍ଥାନାନ୍ତରିତ କରାଯାଇସଂରକ୍ଷଣ କରାଯାଇ ପାରନ୍ତା ।ତେଣୁ ଉପସ୍ଥିତ ବ୍ୟକ୍ତିମାନେ ଏହା ଉପରେ ଆଲୋଚନା କରି କିପରି ଏହାଉପରେ ସର୍ବସାଧାରଣ, ସରକାରୀ ଅଧିକାରୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଇପାରିବ ତା’ ଉପରେ ବିସ୍ତୃତ ଆଲୋଚନା କରି ଯାଇଥିଲା ଏବଂ ନିକଟ ଭବିଷ୍ୟତରେଏହି ବିଷୟରେ ବିଭିନ୍ନ କଳା ଅନୁଷ୍ଠାନ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏକଆଲୋଚନା ଚକ୍ର ଆୟୋଜନ କରି ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବାର ଯୋଜନା କରାଯାଇଛି । ଏହି ଆଲୋଚନାରେ ଅନୁଷ୍ଠାନର ସଭାପତି ଶ୍ରୀ ଯତୀନ ଦାସ ତାଙ୍କର ବକ୍ତବ୍ୟ ରଖୁଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅବସର ବେଉରିଆ, ଓମ୍‌କାର ମହାନ୍ତି, ରାମହରି ଜେନା, ଅଶୋକ ଦାସ, ସୁଦର୍ଶନ ସାହୁ, ଜଗଦାନନ୍ଦ, ବିରେନ୍ ଦାସ, ଜ୍ୟୋତିରଂଜନ ସ୍ୱାଇଁ, ପ୍ରଫୁଲ୍ଲ ମିଶ୍ର, ଜ୍ଞାନେଶ ମିଶ୍ର, ଉଷା ମିଶ୍ର, ପ୍ରଫୁଲ୍ଲ ଧର, ଦୁଷ୍ମନ୍ତ ପାତ୍ର, ପୂର୍ଣ୍ଣିମା ପାତ୍ର, ବିଶ୍ବଜିତ ରାଉତ, ବାପୁଜୀ ଦାସ, ସନ୍ଧୁ ଦାସ ଓ କୃଷ୍ଣ ଗୌଡ଼ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *