Uncategorized

ଗୁରୁପ୍ରସାଦ ମହାପାତ୍ର ମେମୋରିଆଲ ଲେକଚର

Bhubaneswar,23/4/(Knews): ଗୁରୁପ୍ରସାଦ ମହାପାତ୍ର ଫାଉଣ୍ଡେସନ ତରଫରୁ ପ୍ରଥମ ଗୁରୁପ୍ରସାଦ ମହାପାତ୍ର ମେମୋରିଆଲ ଲେକଚର କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ   ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଅତିଥିଭାବେ ଯୋଗଦାନ କରିଛନ୍ତି । ପ୍ରଶାସନିକ କ୍ଷେତ୍ରରେ ଗୁରୁ ପ୍ରସାଦ ମହାପାତ୍ରଙ୍କ ଉଲେଖନୀୟ ଅବଦାନ ରହିଛି. ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଉଚ୍ଚ ପଦରେ ରହି ବହୁ ତୃଣମୂଳ ସ୍ତରର ଲୋକଙ୍କ ସହ ମିଶି ଅନେକ ପ୍ରଶନସିୟ କାର୍ଯ୍ୟ କରିଥିବା ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି। ଏହା ସହ ଆତ୍ମନିର୍ଭର ଭାରତରେ ଓଡ଼ିଶା ପାଇଁ କଣ କଣ ସମ୍ଭାବନା ରହିଛି ସେ ସମ୍ପର୍କରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସିପି ମହାନ୍ତି ଆଲୋଚନା କରିଛନ୍ତି। ବିଜୁ ବାବୁଙ୍କ ବିମାନ ଡାକୋଟାକୁ ଓଡିଶା ଫେରାଇ ଆଣିବା ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ବପ୍ନ ଥିଲା ଏବଂ ଏଥିପାଇଁ ସେ ବହୁ ପ୍ରେଚେଷ୍ଟା କରିଥିବା କଥା ତାଙ୍କ ବନ୍ଧୁ ତଥା ସ୍ତମ୍ଭକାର ଅନିଲ ଧୀର କହିଛନ୍ତି। ଏହା ସହ ଏହି ବିମାନକୁ ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *