Uncategorized

ଭୁବନେଶ୍ବରରେ ସର୍ବାଧିକ ୪୧.୭ ଡିଗ୍ରୀ

ଭୁବନେଶ୍ୱର,23/4/(Knews) : ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭୁତ ହେଉଛି। ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି ଓ ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ତାତିରେ ରାଜଧାନୀ ଭୁବନେଶ୍ବର ରେକର୍ଡ ଭାଙ୍ଗିଛି। ଅପରାହ୍ଣ ୨.୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୪୧.୭ଡିଗ୍ରୀ ରହିଛି। ୪୧.୨ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ସମ୍ବଲପୁର ୪୦.୨, ଚାନ୍ଦବାଲି ୪୦, ଝାରସୁଗୁଡ଼ା ୩୯.୫ ଡିଗ୍ରୀ ରହିଥିବା ସୂଚନା ମିଳିଛି। ରାଜ୍ୟରେ ୩ ଦିନକାଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ଏପ୍ରିଲ ୨୫ରୁ ୨୭ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏପ୍ରିଲ ୨୫ରେ ସୋନପୁର, ବୌଦ୍ଧ ଓ ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ସେହିପରି ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାବେଳେ ଏପ୍ରିଲ ୨୭ରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ମୟୂରଭଞ୍ଜ, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ରାଜ୍ୟର ଅଧିକାଂଶ ଜିଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିବ। ଆଗାମୀ ୨ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୨ରୁ୪ ଡିଗ୍ରୀ ତାତି ଅଧିକ ରହିବ। ପରବର୍ତ୍ତି ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ଅଧିକାଂଶ ଜିଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିବ।

Leave a Reply

Your email address will not be published. Required fields are marked *