Uncategorized

କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନିଙ୍କୁ ଗିରଫ ନୂଆଦିଲ୍ଲୀ,

21st April,(Knews) :ଗିରଫ ହେଲେ କଂଗ୍ରେସ ବିଧାୟକ । ଗୁଜୁରାଟର ଭଡଗାମ ବିଧାନସଭା ଆସନରୁ ବିଧାୟକ ତଥା କଂଗ୍ରେସ ନେତା ଜିଗ୍ନେଶ ମେଭାନୀଙ୍କୁ ଗିରଫ କରିଛି ଆସାମ ପୋଲିସ ।ମେଭାନୀଙ୍କ ଦଳ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧.୩୦ ଟା ବେଳେ ପାଲନପୁର ସର୍କିଟ ହାଉସରୁ ଆସାମ ପୋଲିସ ଦ୍ୱାରା କଂଗ୍ରେସ ବିଧାୟକଙ୍କୁ ଗିରଫ କରାଯାଇଛି ।ଗତକାଲି ପୋଲିସ ପ୍ରଥମେ ଜିଗ୍ନେଶ ମେଭାନୀଙ୍କୁ ଅହମ୍ମଦାବାଦକୁ ନେଇଥିଲା । ଏହାପରେ ସେଠାରୁ ବର୍ତ୍ତମାନ ଆସାମକୁ ନିଆଯାଉଛି । ମେଭାନୀଙ୍କ ଦଳ କହିଛି ଯେ ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର କପି ଦେଇନାହିଁ ।ଆସାମରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା କେତେକ ମାମଲା ବିଷୟରେ ସୂଚନା ଦିଆଯାଇଛି। ଆସାମରେ ହୋଇଥିବା କୌଣସି ଏକ ମାମଲାରେ ଜିଗ୍ନେଶ ମେଭାନୀଙ୍କୁ ଗିରଫ କରାଯାଇଥିବା ସୁଚନା ମିଳିଛି ।ଏନେଇ ଆସାମର କୋକରାଜରର ଏସପି ଥୁବି ପ୍ରତୀକ ବିଜୟ କୁମାର ସୁଚନା ଦେଇଛନ୍ତି । କେବଳ ଏତିକି ନୁହେଁ କଂଗ୍ରେସ ନେତା କହ୍ନେୟା କୁମାର ମଧ୍ୟ ଟୁଇଟ୍ କରି ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *