Uncategorized

ରୁହୁଣିଆଁ ଗ୍ରାମରେ ହତ୍ୟାକାଣ୍ଡ

ବରଗଡ଼, ,21st April,(Knews) :  ରୁହୁଣିଆଁ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ | ଦୁଇ ମୃତ ଜଣେ ଗୁରୁତର | ଆଜି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆଁ ଗ୍ରାମରେ ଦିନ ଦ୍ଵି ପ୍ରହରରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ  । ପରିବାରିକ କଲହରୁ ହତ୍ୟାକାଣ୍ଡ | କଟୁରିରେ ହାଣି ପୁତୁରା ନିଜେ ନିଜ କକା କୁ କଲା ହତ୍ୟା । କେବଳ  କକାକୁ ନୁହଁ ନିଜ କକା ପୁଅ କୁ ଓ ଭାଉଜ କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ 2 ଜଣଙ୍କୁ ବୁର୍ଲାକୁ ପଠା ଯାଇଥିଲା । ତେବେ ତାଙ୍କ କାକା ପୁଅ ବୁର୍ଲା ମେଡିକାଲରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି | ମୃତ ବ୍ୟକ୍ତି ଦ୍ବୟ ହେଉଛନ୍ତି  60 ବର୍ଷୀୟ ଦେଵ ସିନ୍ଧିରିଆ ଏଵଂ  27 ବର୍ଷୀୟ ରତନ ସିନ୍ଧିରିଆ | ସୂଚନା ଅନୁଯାୟୀ  ଆଜି ଗୋଡଭାଗା ଠାରେ କୌଣସି କାରଣକୁ ନେଇ ଏକ ବାହାଘର ରେ ଉଭୟ କକା ଓ ପୁତୁରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସେଠାରୁ ଫେରିବା ମାତ୍ରେ ପୁତୁରା କମଳ ସିନ୍ଧିରିଆ  ଏକ କଟୁରି ସାହାଯ୍ୟରେ ସମସ୍ତଙ୍କୁ ଆକ୍ରମଣ କରିଥିଲା । ଅନ୍ୟପଟେ ହତ୍ୟାକାରୀ କୁ ପୋଲିସ ଗିରଫ କରି ବରଗଡ଼ ଟାଉନ ଥାନାରେ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *