ରାଜ୍ୟ

ଏନ୍‌ଟିପିସ ସହ ଅଲୋଚନା ସଫଳ ହେଇଛି : ବିଜେଡି

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେରଠାରେ ଥିବା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍‌(ଟିଟିପିଏସ୍‌) ବନ୍ଦକୁ ବିରୋଧକରି ଅନୁଗୁଳ ଜିଲ୍ଲା ବିଜୁ ଜନତାଦଳ ତରଫରୁ ବୁଧବାର ୧୨ ଘଣ୍ଟଣ୍ଟିଆ ଜିଲ୍ଲା ବନ୍ଦର ଡ଼ାକରା ଦିଆଯାଇଥିଲା । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚକ ଅଖ ବନ୍ଦ, ସ୍କୁଲ କଲେଜ, ବ୍ୟାଙ୍କ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, କଳକାରଖାନା ମଧ୍ୟ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ଟିଟିପିଏସ୍‌କୁ ପୁନର୍ବାର ଚାଲୁ କରିବ । ଏହାର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବାପରେ ରାଜ୍ୟ ବିଜେଡିର ନିର୍ଦ୍ଦେଶ କ୍ରମେ ଏହି ୧୨ ଘଣ୍ଟିଆ ବନ୍ଦକୁ ଅପରାହ୍ନରେ ସ୍ଥଗିତ ରଖାଯାଇଥିଲା । ଯଦି କେନ୍ଦ୍ର ସରକାର ଓ ଏନ୍‌ଟିପିସି କର୍ତ୍ତୃପକ୍ଷ ତାଙ୍କ ପ୍ରତିଶ୍ରୁତିରୁ ଓହରି ଯାଆନ୍ତି ତାହାହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା ବିଜେଡି ସଭାପତି ମହୋନ୍ଦ୍ର ବସ୍ତିଆ ପ୍ରକାଶ କରିଛନ୍ତି ।

ଏହି ବନ୍ଦରେ ତାଳଚେର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡ଼ାରେ ବିଧାୟକ ମୁକେଶ ପାଲ, ଆଠମଲ୍ଲିକରେ ବିଧାୟକ ରମେଶ ସାଏ, ଛେଣ୍ଡିପଦାରେ ବିଧାୟକ ସୁଶାନ୍ତ କୁମାର ବେହେରା ଓ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓ ସଦରରେ ଜିଲ୍ଲା ସଭାପତି ମହୋନ୍ଦ୍ର ବସ୍ତିଆ, ରାଜ୍ୟ ଯୁବ ଉପସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ, ଯୁବନେତା ଅରୁଣାଭ ସିଂ, ପରମାନନ୍ଦ ମିଶ୍ର, ମୀନକେତନ ଅମାନ୍ତ, ତପନ ତ୍ରିପାଠୀ, ସରୋଜ ନାଏକ, ଅବିନାଶ ପରିଡ଼ା, ସୁନିଲ ସାହୁ, ବୃନ୍ଦାବନ ସ୍ୱାଇଁ, ଉଲ୍ଲାସ ସାହୁ, ସତ୍ୟାନନ୍ଦ ଦଳବେହେରା, ବଳରାମ ଜେନା, ଗୋପ ନାଏକ, ତାପସ ରଞ୍ଜନ ନାୟକ, ରାଜୀ ଲୋଚନ ଦାସ, ତାପସ ନାୟକ, ନିଳାଦ୍ରୀ ବିହାରୀ ମହାପାତ୍ର, ମୁକୁ ମୁଖୀ, ସଞ୍ଜୀବ ସାହୁ, ଭବାନୀ ଶଙ୍କର ମିଶ୍ରଙ୍କ ସମେତ ସମସ୍ତ ଦଳିୟ ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ, ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ବନ୍ଦରେ ସମସ୍ତ ଜିଲ୍ଲାବାସୀ, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମକର୍ତ୍ତା ସହଯୋଗ କରିଥିବାରୁ ଜିଲ୍ଲା ସଭାପତି ଶ୍ରୀ ବସ୍ତିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *