Uncategorized

ଦୁର୍ଘଟଣା
ଜଣେ ମୃତ ତିନି ଆହତ ।

ବାଇକ୍ ଓ ଅଟୋ ମୁହାଁମୁହିଁ ଧକ୍କା।ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ତିନି ଜଣ ଗୁରୁତର। ଗୁରୁତର ଦୁଇଜଣ ବାଲିଆପାଳ ଇଡ୍କୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟଜଣଙ୍କ ଅବସ୍ତା ଅଧିକ ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ପାରୁଳିଆ ଓ ବାଇଗଣ ବାଡିଆ ରାସ୍ତାରେ।ସୂଚନାରୁ ପ୍ରକାଶ ବାଲିଆପାଳ ରୁ ମାର୍କେଟ କରି ଗୋଟିଏ ମୋଟର ସାଇକେଲରେ ତିନିଜଣ ଯୁବକ ପାଳସାହି ଗ୍ରାମକୁ ଯାଉଥିବା ବେଳେ ପାରୁଳିଆ ରାସ୍ତାର ଗଡାପୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଅଟୋ ପରସ୍ପର ମୁହାଁ ମୁହିଁ ଧକ୍କା ହୋଇଥିଲେ।ଫଳରେ ବାଇକ୍ ଆରୋହୀ ଯୁବକମାନେ ରାସ୍ତା କଡକୁ ଛିଟିକି ପଡି ଭୋଗରାଇ ର ଅରୁଣ ବେହେରା ନାମକ ଯୁବକ ମୁଣ୍ଡରେ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ମୃତୁ ହୋଇଥିବା ବେଳେ ବାକି ତିନିଜଣ ଆହତ ମାନଙ୍କୁ ସ୍ଥାନୀୟ ଇଡ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଓ ବାଇକ୍ ଜବଦ୍ କରି ତଦନ୍ତ ଜାରି ରଖିଛି। ବାଲେଶ୍ଵର ରେଫର୍ ହୋଇଥିବା ବ୍ୟକ୍ତି ଜଣକ ହେଲେ ପାଳସାହି ଗ୍ରାମର ଗୋପାଳ ଦଳାଇ। ତେବେ ଅଟୋଟି ବାଲେଶ୍ଵର ର ସାରଗାଁ ଯାଉଥିଲା। ସେହି ଅଟୋରେ କେହି ପେସେଞ୍ଜର ନଥିଲେ।

Leave a Reply

Your email address will not be published. Required fields are marked *