ଦେଶ- ବିଦେଶମନୋରଞ୍ଜନ

କରୀନା କପୁର ଓ ଅମ୍ରିତା ଅରୋରାଙ୍କୁ କରୋନା

ମୁମ୍ବାଇ: ଅନେକ ଦିନ ପରେ ବଲିଉଡକୁ ଛୁଇଁଲା କରୋନା। ଗତ କିଛି ଦିନ ହେବ ବଲିଉଡ କଳାକାର କରୋନା ସଂଂକ୍ରମିତ ହେବାର ଖବର ଆସିନଥିବା ବେଳେ ଏବେ ବଲିଉଡର ଦୁଇ ଅଭିନେତ୍ରୀ କରୀନା କପୁର ଓ ଅମ୍ରିତା ଆରୋରା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦୁଇ ଦିନ ପୂର୍ବରୁ କରିସ୍ମା କପୁରଙ୍କ ସହ କରୀନା କପୁର କରନ ଜୋହରଙ୍କ ପାର୍ଟିରେ ସାମିଲ ହୋଇଥିଲେ । ଏହି ପାର୍ଟି ଫିଲ୍ମ ‘କଭି ଖୁସି କଭି ଗମ’ର ୨୦ ବର୍ଷ ପୂର୍ତ୍ତି ଅବସରରେ ରଖାଯାଇଥିଲା । ଖବର ମିଳିବା ପରେ ବିଏମସି କରୀନା ଓ ଅମ୍ରିତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆରଟିପିସିଆର ଟେଷ୍ଟ କରିବାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅମ୍ରିତା ଓ କରୀନା ଦୁହେଁ ଘନିଷ୍ଠ ବନ୍ଧୁ । ସେମାନେ କରନ ଜୋହରଙ୍କ ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ । ଏହାପୂର୍ବରୁ ମଧ୍ୟ ସେମାନେ କରୋନା ନିୟମ ଉଲଂଘନ କରି ଅନେକ ପାର୍ଟିରେ ସାମିଲ ହୋଇଥିବା କୁହାଯାଉଛି । ତେବେ ସେମାନେ ସୁପର ସ୍ପ୍ରେଡର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *