ରାଜ୍ୟ

ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା

କରଞ୍ଜିଆ : ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା । ଏଥିପାଇଁ କରଞ୍ଜିଆ ବନଖଣ୍ଡରେ ବନକର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଶିମିଳିପାଳ ଅଭୟାରଣ୍ୟ ଡେପୁଟି ଡାଇରେକ୍ଟର ଆଜି ବଣସାହିଠାରେ ଥିବା ମେଘା ନର୍ସରୀ ନିକଟରେ ପହଂଚି କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି । କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟରେ ମଧ୍ୟ ଡିଜିଟାଲ ଆପ୍‌ ବ୍ୟବହାର ସମ୍ପର୍କିତ ତାଲିମ ପ୍ରଦାନ କରାଯାିଛି। ପ୍ରତି ୪ ବର୍ଷରେ ବାଘ ଗଣନା କରାଯାଏ । ଗତକାଲି ଚହଲାରେ ଉତ୍ତର ଶିମିଳିପାଳର ବନବିଭାଗ କର୍ମଚାରୀଙ୍କୁ ଡେପୁଟି ଡାଇରେକ୍ଟର ତାଲିମ ଦେଇଥିଲେ । ୨୬ରୁ ବାଘ ଗଣନା ଆରମ୍ଭ ହୋଇ ୭ଦିନ ଚାଲିବ।

Leave a Reply

Your email address will not be published. Required fields are marked *