ରାଜ୍ୟ

ବୁର୍ଲା ଭିମସାରରେ ପୁଣି କରୋନା କାୟା

ସମ୍ବଲପୁର : ବୁର୍ଲା ଭିମସାରରେ ପୁଣି କରୋନା କାୟା। ବାତିଲ୍‌ ହେଲା MBBSର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଅଫଲାଇନ୍‌ ପରୀକ୍ଷା ବାତିଲ୍‌। ସମସ୍ତ ପରୀକ୍ଷା ଓ ପ୍ରାକ୍‌ଟିକାଲ୍‌ ଅନଲାଇନ୍‌ ମାଧ୍ୟମରେ ହେବ ବୋଲି ସୂଚନା ଦେଇଛନ୍ତି ଭୀମସାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା। ଭୀମସାରର ୨୨ଜଣ ଛାତ୍ରୀଙ୍କ ସହ ୭ଜଣ ଛାତ୍ର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ MBBSର ପ୍ରଥମ ବର୍ଷର ଛାତ୍ରଛାତ୍ରୀ। ପ୍ରଥମେ ୨୨ଜଣ ଛାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ କୋଭିଡ୍‌-୨ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ବାର୍ଷିକ ଉତ୍ସବ ପରେ ସେମାନଙ୍କ ନିକଟରେ ଲକ୍ଷଣ ଦେଖାଦେଇଥିଲା । ଟେଷ୍ଟିଂ କରାଯିବାରୁ ସମସ୍ତେ ପଜିଟିଭ୍‌ ଥିବା ଜଣାପଡିଥିଲା।

Leave a Reply

Your email address will not be published. Required fields are marked *