ଦେଶ- ବିଦେଶ

ପତ୍ନୀଙ୍କୁ ତାଜମହଲ ଆକୃତିର କୋଠା ଉପହାର

ଭୋପାଳ: ମଧ୍ୟପ୍ରଦେଶର ଜଣେ ବାସିନ୍ଦା ତାଙ୍କର ପତ୍ନୀଙ୍କୁ ତାଜମହଲ ଡିଜାଇନରେ ନିର୍ମିତ ଏକ କୋଠାଘର ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି । ବୁରହାନ୍‌ପୁର ନିବାସୀ ଆନନ୍ଦ ଚୋକ୍‌ସି ସବୁବେଳେ ଭାବୁଥିଲେ, କିପରି ଆଗ୍ରାସ୍ଥିତ ତାଜମହଲ ଡିଜାଇନରେ ଏକ ଘର ନିର୍ମାଣ କରିବେ । ଏହି ଆଇଡିଆକୁ ସାକାର କରିବାକୁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରାୟ ତିନିବର୍ଷ ପରେ ସେ ତାଜମହଲ ସଦୃଶ ଏକ କୋଠାଘର ନିର୍ମାଣ କରି ପତ୍ନୀଙ୍କୁ ଉପହାର ଦେଇଛନ୍ତି ।

ଉକ୍ତ କୋଠାଘରେ ୪ଟି ଶୟନ କକ୍ଷ ରହିଛି । ତେବେ ଏଭଳି ଏକ କୋଠା ନିର୍ମାଣ କରିବାକୁ ଇଂଜିନିୟରଙ୍କୁ ବେଶ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା । ସେମାନେ ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନ କରି ଏହାର ନିର୍ମାଣ ଶୈଳୀକୁ ବିଶେଷଭାବେ ଅନୁଧ୍ୟାନ କରିଥିଲେ । ଆଭ୍ୟନ୍ତରୀଣ ଡିଜାଇନ ପାଇଁ ବେଙ୍ଗଲ ଓ ଇନ୍ଦୋର ସ୍ଥପତିଙ୍କ ସହାୟତା ନିଆଯାଇଥିଲା । ଉକ୍ତ କୋଠାଘରର ଗମ୍ଭୁଜ ୨୯ ଫୁଟ ଉଚ୍ଚ ହୋଇଥିବାବେଳେ ଏଥିରେ ରାଜସ୍ଥାନର ମାର୍କାନା ମାର୍ବଲ ବ୍ୟବହୃତ ହୋଇଛି । ଊପରନ୍ତୁ ଉକ୍ତ କୋଠାଘରର ଆଲୋକୀକରଣ ବ୍ୟବସ୍ଥା ଏପରି କରାଯାଇଛି, ଯାହାଫଳରେ ଅନ୍ଧାରରେ ଉକ୍ତ କୋଠାଘର ଭିତର ଓ ବାହାରପଟୁ ଝଲସି ଉଠୁଛି ।

Leave a Reply

Your email address will not be published. Required fields are marked *