ଦେଶ- ବିଦେଶ

ନୀତୀଶଙ୍କ ଆହ୍ୱାନ : ମଦ ନପିଇବା ଓ ନବିକିବାକୁ ଶପଥନେବେ ବିହାର ଜନତା

ପାଟ୍‌ନା: ବିହାରରେ ମଦର ପ୍ରସାର ଉପରେ ରୋକ୍ ଲାଗୁ କରିବାକୁ ଅଣ୍ଟା ଭିଡିଛନ୍ତି ପ୍ରଦେଶର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟବାସୀଙ୍କୁ ମଦ ନପିଇବା ପାଇଁ ଓ ନବିକିବା ପାଇଁ ଶପଥ ନେବାକୁ ସେ ଆହ୍ୱାନ କରିଛନ୍ତି । ଚଳିତ ୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ଜନତା ମିଳିତ ଭାବେ ଏ ନେଇ ଶପଥ ନେବେ କି ନା ନିଜେ ମଦ ସେବନ କରିବେ ନା କାହାରିକୁ ମଦ ସେବନ କରିବାକୁ ଦେବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ସୂଚନା ଦେଇଛନ୍ତି ।

ରାଜ୍ୟରେ ମଦ ବିକ୍ରି ଉପରେ ଲାଗୁ ପ୍ରତିବନ୍ଧକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଊଲ୍ଲଙ୍ଘନ କ୍ଷେତରେ କାହାରିକୁ ଛଡ଼ାଯିବ ନାହିଁ ବୋଲି ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ପୁଲିସ୍ ପ୍ରତିବନ୍ଧ ଆଳରେ ବିବାହ ଆଦି ସାମାଜିକ ଉତ୍ସବରେ ଚଢ଼ଉ କରି ସାଧାରଣ ଲୋକଙ୍କୁ ଉତ୍ପୀଡ଼ନ କରୁଛି ବୋଲି ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *