ଅପରାଧମହାନଗରରାଜ୍ୟ

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍ : ରାଜଧାନୀରୁ ଚୋରି, ବାହାରେ ବିକ୍ରି

ଭୁବନେଶ୍ୱର: ରାଜଧାନୀରେ ବାଇକ୍ ଚୋରି କରି ଆତଙ୍କ ସୃଷ୍ଟି କରିଥିବା ଏକ ଲୁଟେରା ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଗୁରୁଜଙ୍ଗର ପ୍ରଶାନ୍ତ ଲେଙ୍କା(୨୬), ଖୋର୍ଦ୍ଧାର ରମେଶ ନାୟକ(୨୮), ଆଠଗଡ଼ର ଦୁଷ୍ମନ୍ତ ବେହେରା(୨୮), କଟକ ବାଙ୍କୀର ବିଜୁ ନାୟକ(୨୨), ଖୋର୍ଦ୍ଧା ଜଟଣୀର ଦୀପକ ନାୟକ(୨୬) । ଏମାନଙ୍କ ଠାରୁ ୩୫ଟି ଚୋରି ବାଇକ୍ ଜବତ ହୋଇଛି । ଏନେଇ ପୁଲିସ କେସ୍ ନଂ ୫୪୫/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହୋଇଯିବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପୁଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଥିଲା । ପରେ ତାକୁ ଜେରା କରିବାରୁ ଏକ ଗ୍ୟାଙ୍ଗ୍ ସମ୍ପର୍କରେ ସୁରାକ୍ ମିଳିଥିଲା । ଏହାପରେ ପୁଲିସ ସମ୍ପୃକ୍ତ ଲୁଟେରାକୁ ଅଟକ ରଖି ଅନ୍ୟମାନଙ୍କ ସମ୍ପର୍କରେ ପଚରାଉଚରା କରିଥିଲା । ଏହାପରେ ପୁଲିସ ସମସ୍ତଙ୍କ ଘରେ ଚଢ଼ଉ କରି ଗିରଫ କରିବା ସହ ବାଇକ୍ ଜବତ କରିଛି ।

Leave a Reply

Your email address will not be published. Required fields are marked *