ରାଜ୍ୟ

ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାଟ

ଭୁବନେଶ୍ୱର : ୩ ମାସରେ ୭ ICDS ଅଧିକାରୀ ଗିରଫ । ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କାର୍ଯ୍ୟନୁଷ୍ଠାନ । ୩ ମାସରେ ୭ ଜଣ ICDS କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଗଷ୍ଟ ୨୪ରେ ଭଦ୍ରକ CDPO ଅଫିସ ସୁପରଭାଇଜର ମଲ୍ଲିଲତା ଦାସ ଗିରଫ ହୋଇଛନ୍ତି। ସେହିପରି ସେପ୍ଟେମ୍ବର ୧୪ରେ ଭୁବନେଶ୍ୱର କୋରଡ଼କଣ୍ଟା ଅଙ୍ଗନବାଡ଼ି କର୍ମୀ କବିତା ମଥାନ୍‌ ଗିରଫ ହୋଇଛନ୍ତି। ସେହି ମାସ ୩୦ରେ ବାଲେଶ୍ୱର ନୀଳଗିରି CDPO ଅଫିସର ସୁପରଭାଇଜର ସୁବର୍ଣ୍ଣା ସିଂହ ଗିରଫ ହୋଇଛନ୍ତି। ଅକ୍ଟୋବର ୪ରେ କଳାହାଣ୍ଡି ଲାଞ୍ଜିଗଡ଼ CDPO ମୀନା ପାତ୍ର, ୨୫ରେ କଳାହାଣ୍ଡି ଥୁଆମୂଳ ରାମପୁର CDPO ପୁଷ୍ପାଞ୍ଜଳି ରଥ ଗିରଫ ହୋଇଛନ୍ତି । ସେହିପରି ନଭେମ୍ବର ୯ରେ ଜଗତସିଂହପୁର ବାଲିକୁଦା CDPO ଶାରଳା ଦେଈ ଏବଂ ୨୨ରେ ନୂଆପଡ଼ା ସିନାପାଲିର ICDS ସୁପରଭାଇଜର ହର୍ଷମଣି ଦେଈ ଗିରଫ ହୋଇଛନ୍ତି।

Leave a Reply

Your email address will not be published. Required fields are marked *