ରାଜ୍ୟ

ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ହଜାରରୁ ଅଧିକ ଲୋକେ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଆୟୋଜିତ ହୋଇଛି ପ୍ରଜାମେଳି । ଧୁଳିପୁଟ ଗାଁରେ ଆୟୋଜିତ ହୋଇଥିବା ପ୍ରଜାମେଳିରେ ଏକ ହଜାରରୁ ଅଧିକ ଲୋକେ ଯୋଗ ଦେଇଥିଲେ । ହାତରେ ପ୍ଲାକାର୍ଡ ଧରି ବିରାଟ ଶୋଭାଯାତ୍ରା କରିବା ସହ ଚିତ୍ରକୋଣ୍ଡା ତହସିଲଦାରଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଅଞ୍ଚଳବାସୀ । ପୂର୍ବରୁ ଏ ଅଞ୍ଚଳର ପାହାଡ ଜଙ୍ଗଲରେ ଅନ୍ୟ କୌଣସି ଚାଷ ହେଉନଥିବା ବେଳେ ସ୍ଥାନୀୟ ଆଦିବାସୀମାନେ ଗଞ୍ଜେଇ ଚାଷ କରୁଥିଲେ । ତେବେ ସ୍ବାଭିମାନ ଅଞ୍ଚଳ ହେବା ପରେ ପୋଲିସ ଦୁଇ ପାଦ ଆଗକୁ ବଢିବା ସହ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ଏହାକୁ ବିରୋଧ କରୁଛନ୍ତି ଅଞ୍ଚଳବାସୀ । ଜଙ୍ଗଲଜାତ ଦ୍ରବ୍ୟର ସରକାର ଉଚିତ ମୂଲ୍ୟ ପ୍ରନାନ କଲେ ଲୋକେ ଆଉ ଗଞ୍ଜେଇ ଚାଷ କରିବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *