ରାଜ୍ୟ

ଆଇପିଏସ ଏଲ. ବିଦ୍ୟା ଭି ଢେଙ୍କାନାଳର ନୂଆ ଏସ୍‌ପି

ଢେଙ୍କାନାଳ : ଢେଙ୍କାନାଳରେ ଯୋଗ ଦେଲେ ନୂଆ ଏସ୍‌ପି । ଲୋଗନୟାଗୀ ଦିବ୍ୟା ଭି ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଥିବା କେ ଶିଭା ଶୁଭ୍ରମଣୀଙ୍କର ସିବିଆଇକୁ ବଦଳି ହୋଇଯାଇଛି । ସୋମବାର ତାଙ୍କ ସ୍ଥାନରେ ଢେଙ୍କାନାଳର ନୂତନ ଏସପି ଭାବେ ଲୋଗନୟାଗୀ ଦିବ୍ୟା ଭି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କାରାଯାଇଥିଲା ।

ଏଲ ଦିବ୍ୟା ଭି ୨୦୧୩ ବ୍ୟାଚର ଆଇପିଏସ ଅଫିସର । ପ୍ରଥମେ ପଶ୍ଚିମବଙ୍ଗ କ୍ୟାଡର ପରେ ଓଡିଶା କ୍ୟାଡର ପରିବର୍ତନ କରି ରାଜ୍ୟ କ୍ରାଇମ ବ୍ରାଞ୍ଚରେ ଯୋଗ ଦେଇଥିଲେ ଏଲ ଦିବ୍ୟା । କ୍ରାଇମ ବ୍ରାଞ୍ଚରୁ ତାଙ୍କର ଢେଙ୍କାନାଳ ଜିଲ୍ଲା ଏସପି ଭାବେ ବଦଳି ହୋଇଥିଲା । ଏହାପରେ ସୋମବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *