ଦେଶ- ବିଦେଶ

ଏମ୍ସ ଡାକ୍ତରଙ୍କ ଚେତାବନୀ, ଖୁବ୍‌ଶୀଘ୍ର ମାଡ଼ି ଆସିବ ତୃତୀୟ ଲହର

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ଭାରତରେ କରୋନା ଭାଇରସ୍‌ର ତୃତୀୟ ଲହର ଆସିବାକୁ ଯାଉଛି । ଗତ ଦଇଟି ଲହରରେ ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇିଥିଲେ ମଧ୍ୟ ତୃତୀୟ ଲହର ପ୍ରଭାବ ପାକାଇବା ନେଇ ଅନୁମାନ କରାଯାଉଛି । ଏମ୍ସର ଡାକ୍ତର ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ସଞ୍ଜୟ କେ ରାୟ ଏନେଇ ସୂଚନା ଦେଇଛନ୍ତି ।

କିଛିଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ୱାର୍ଣ୍ଣିଂରେ କହିଥିଲା ଯେ, କୋଭିଡ୍‌-୧୯ର ତୃତୀୟ ଲହର ଇଉରୋପ ଏବଂ କେନ୍ଦ୍ର ଏସିଆରେ ବିଶେଷ ପ୍ରଭାବ ପକାଇବ । ଉକ୍ତ ଅଞ୍ଚଳରରେ ୨୦୨୨ ଫେବୃଆରୀ ସୁଦ୍ଧା ୫ ଲକ୍ଷରୁ ଅଧିକ ମୃତ୍ୟ ମାମଲା ରେଜିଷ୍ଟର ହେବ ବୋଲି ଅନୁମାନ କରାଯାଉଛି । ଭାଇରସ୍‌ର ଖୁବ୍‌ କମ୍‌ ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ଉପରେ ଏହା ପ୍ରଭାବ ପକାଇବ ନାହିଁ । ଯାହାଫରେ ଆକ୍ରାନ୍ତଙ୍କ ସଂଖ୍ୟାରେ କିଛିଟା ହ୍ରାସ ହେବ । ଟୀକାକରଣର ପ୍ରଭାବରୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କମିବ ।

ଋଷ୍‌ ଏବଂ କେନ୍ଦ୍ର ଏସିଆରେ ସଂକ୍ରମଣ ଏବେ ଜାରି ରହିଛି । କିନ୍ତୁ ଫେବୃଆରୀ ସୁଦ୍ଧା ଏହା ହ୍ରାସ ପାଇବ । ଏହି ଭାଇରସ୍‌ର ପ୍ରଭାବ ଭାରତ ସମେତ ବିଭିନ୍ନ ଦେଶରେ କମ୍‌ ରହିଛି । ଡକ୍ଟର ରାୟ ଉଲ୍ଲେଖ କରିଛନ୍ତି ଯେ ଫେବୃଆରୀ ସୁଦ୍ଧା ଏହି ଅଞ୍ଚଳରେ ୫ ଲକ୍ଷରୁ ଅଧିକ ମୃତ୍ୟୁ ରେକର୍ଡ ହୋଇପାରେ ଏବଂ ଟୀକାକରଣ ହଠାତ୍ ମୃତ୍ୟୁକୁ ରୋକିବାରେ ବିଫଳ ହେବ । ଡ ରାୟ ଆହୁରି କହିଛନ୍ତି ଯେ WHO ବର୍ତ୍ତମାନ ବିଶ୍ୱସନୀୟତା ହରାଉଛି ।

Leave a Reply

Your email address will not be published. Required fields are marked *