ଦେଶ- ବିଦେଶ

ଲକ୍ଷ୍ମୀପୁର ହିଂସା: ୟୁପି ପୋଲିସର ତଦନ୍ତରେ ସୁପ୍ରିମକୋର୍ଟ ନାରାଜ

ନୂଆଦିଲ୍ଳୀ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ୟୁପି ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଦୁଇଟି ଏତଲା ଦ୍ବାରା ଜଣେ ବିଶେଷ ଅଭିଯୁକ୍ତକୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି ବୋଲି ସୁପ୍ରିକୋର୍ଟ କହିଛନ୍ତି। ଏହା ଦ୍ବାରା ଗୋଟିଏ ମାମଲାର ପ୍ରମାଣ ଅନ୍ୟ ଏକ ମାମଲାରେ ବ୍ୟବହାର କରାଯିବ। ବରିଷ୍ଠ ଓକିଲ ହରୀଶ ସାଲଭେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଷ୍ଟେଟସ୍‌ ରିପୋର୍ଟ ଦାଖଲ କରିଥିଲେ। ଏହାକୁ ନେଇ ସିଜେଆଇ କହିଥି​‌ଲେ, ଏହା ସେହି ରିପୋର୍ଟ ନୁହେଁ ଯେମିତି ଆମେ କହିଥିଲୁ । ଏଥିରେ କିଛି ନୂଆ ନାହିଁ। ରାଜ୍ୟ ସରକାରଙ୍କ ରିପୋର୍ଟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ ମୋବାଇଲ ଫୋନ୍‌କୁ ନେଇ କଣ ହେଲା ? ସେଗୁଡ଼ିକୁ ଟ୍ରାକ୍‌ ପାଇଁ କଣ କରାଯାଇଛି। ଏହା ଉପରେ ସାଲଭେ କହିଥିଲେ, ଅନ୍ୟ ଅଭିଯୁକ୍ତଙ୍କ ପାଖରେ ମୋବାଇଲ୍‌ ଫୋନ ନଥିଲା।

ଅନ୍ୟମାନଙ୍କ ମୋବାଇଲ୍‌ ଫୋନ୍‌ ନଥିଲା ବୋଲି କହି କଣ ସାବ୍ୟସ୍ତ କରିବାକୁ ଚାହୁଁଛ ବୋଲି ସୁପ୍ରିମକୋର୍ଟ ପଚାରିଥିଲେ। ସିଡିଆର ରିପୋର୍ଟ ସମ୍ପର୍କରେ ମଧ୍ୟ ସିଜେଆଇ ପଚାରିଥିଲେ । ଲକ୍ଷ୍ମୀପୁର ହିଂସା ମାମଲାରେ ଦୁଇଟି ଏଫଆଇଆର ମଧ୍ୟରେ ଅନ୍ତର ବାରି ପାରୁନି ଏସଆଇଟି। ତେଣୁ ଜଣେ ହାଇକୋର୍ଟର ପୂର୍ବତନ ଜଜଙ୍କୁ ଏଥିରେ ସାମିଲ କରାଯିବା ଜରୁରୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସହ ପଞ୍ଜାବ ହାଇକୋର୍ଟର ପୂର୍ବତନ ଜଜ୍‌ ଜଷ୍ଟିସ୍‌ ରିଞ୍ଜିତ ସିଂହ ଏବଂ ଜଷ୍ଟିସ୍‌ ରାକେଶ କୁମାରଙ୍କ ନାଁ ପ୍ରସ୍ତାବ କରିଥିଲେ। କିନ୍ତୁ ହରୀଶ ସାଲଭେ ଆଉ କିଛି ସମୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *