ଖେଳ

ଟି ୨୦ ବିଶ୍ବକପ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ଦୁବାଇ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଶେଷ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ନାମିବିୟା । ଉଭୟ ଟିମ ପାଇଁ ଏହି ମ୍ୟାଚ ଗୁରୁତ୍ବ ବହନ କରୁନଥିଲେ ସୁଦ୍ଧା ସମ୍ମନ ବଞ୍ଚାଇବା ପାଇଁ ପଡିଆକୁ ଓହ୍ଲାଇବେ ଉଭୟ ଦଳର ଖେଳାଳି । ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅଧିନାୟକ ଭାବେ ଶେଷ ଟି ୨୦ ଖେଳୁଛନ୍ତି ବିରାଟ କୋହଲି । ଏହା ସହିତ ଆଜିର ମ୍ୟାଚ ପରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ୨୦୨୧ରେ ଅଭିଯାନ ଶେଷ କରିବାକୁ ଯାଉଛି ଭାରତ । ଏହା ସହିତ ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଆଜିର ମ୍ୟାଚ ପରେ ଅବସର ନେବେ ।

Leave a Reply

Your email address will not be published. Required fields are marked *