ରାଜ୍ୟ

ରୋଷେଇ ବେଳେ ଫାଟିଲା ଗ୍ୟାସ ଷ୍ଟୋଭ

ବାରିପଦା : ବାରିପଦା ଟାଉନ ଥାନା ଅନ୍ତର୍ଗତ ଭଞ୍ଜପୁରରେ ଅଘଟଣ । ଗ୍ୟାସ ଷ୍ଟୋଭ ଫାଟି ଯୁବକ ଗୁରୁତର । ଗୁରୁତର ଯୁବକ ହେଲେ ବାରିପଦା ଅଞ୍ଚଳର ଶ୍ରୀତମ ପାଣିଗ୍ରାହୀ । ଭଡ଼ା ଘରେ କେହି ନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ଚୁଲା ଲଗାଉଥିବା ବେଳେ ଏମିତି ଅଘଟଣ ଘଟିଛି । ଗ୍ୟାସ ଷ୍ଟୋଭ ଫାଟିବାର ଜାଣି ପଡୋଶୀ ଉଦ୍ଧାର କରିବାକୁ ଆସିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଶରୀରର ଶତକଡ଼ା ୯୦ଭାଗ ଜଳି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ବାରିପଦା ଟାଉନ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *