ରାଜ୍ୟ

ଲୋକାର୍ପିତ ହେଲା ‘ ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । ଏହି ଦ୍ୱିତୀୟ ସଂସ୍କରଣ ପ୍ରତିଯୋଗିତାକୁ ଲୋକାର୍ପଣ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ‘ଆନନ୍ଦ ବଜାର’ ହେଉଛି ବିଶ୍ୱର ସବୁଠୁ ବଡ଼ ହାଣ୍ଡିଶାଳ । ଆଉ ଆମର ମହାନ୍ ଉତ୍କଳୀୟ ସଂସ୍କୃତିରେ ୧୨ମାସରେ ୧୩ ପର୍ବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି ।

ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଏହି ପ୍ରତିଯୋଗିତାକୁୂ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁୂଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ଅଫିସର ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଥିଲେ । ଯାହା ଏହି ପ୍ରତିଯୋଗିତାକୁ ସଫଳ ଓ ଲୋକାଦୃତ କରାଇପାରିଥିଲା ।

Leave a Reply

Your email address will not be published. Required fields are marked *