ଅପରାଧରାଜ୍ୟ

ବାରହା ଶିକାର କରି ମାଂସ ବିକ୍ରି କରୁଥିଲେ, ୧୪କେଜି ମାଂସ ସହ ୨ ଶିକାରୀ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଷଢଙ୍ଗୀ ବନାଞ୍ଚଳରେ ଶିକାରୀ ଆଡ୍ଡା ଉପରେ ଅଚାନକ ଚଢ଼ାଉ କଲା ବନ ବିଭାଗ । ଆଉ ଏହି ଚଢ଼ାଉ ବେଳେ ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୧୪ କେଜି ୫ ଶହ ଗ୍ରାମ ମାଂସ ଜବତ ହୋଇଛି । ଏହାକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ଗଁନ୍ଦିଆ ବ୍ଲକର ଗୋରଡ଼ା ପାଳ ସଂରକ୍ଷିତ ଜଙ୍ଗଲରେ ଶିକାର କରୁଥିଲେ ଶିକାରୀ । ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଗୋରଡ଼ା ପାଳ ଗ୍ରାମର ଲଷ୍ମୀଧର ମଲ୍ଲିକ ଓ ଭୁବନ ଜିରାଳ ଗ୍ରାମର ଅଭିରାମ ବେହେରା । ଉଭୟଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *